ରାଫେଲ୍ ଡେଲିଭେରୀରେ କୌଣସି ବିଳମ୍ବ ହେବନାହିଁ

0 81

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ଏବେ କାମଧନ୍ଦା ଠପ୍ ପଡ଼ିଛି । ତେବେ ଦୀର୍ଘଦିନର ବ୍ୟବଧାନ ପରେ ଏବେ ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିବା ପରେ ସବୁକିଛି ଧିରେ ଧିରେ ଖୋଲିବାରେ ଲାଗିଛି । ଇତିମଧ୍ୟରେ ଭାରତ ସୀମାରେ ଚୀନ୍ ଲଗାତାର ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଭାରତ ପାଇଁ ଏକ ବଡ଼ ଖବର ଆସିଛି । ଜୁଲାଇରେ ଫ୍ରାନ୍ସରୁ ମିଳିବାକୁ ଥିବା ରାଫେଲ୍ ଯୁଦ୍ଧବାହୀ ବିମାନର ଡେଲିଭରୀରେ କୌଣସି ପ୍ରକାର ବିଳମ୍ବ ହେବନାହିଁ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସର ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଫ୍ଲୋରେନ୍ସ ଭରସା ଦେଇଛନ୍ତି କି ଭାରତକୁ ମିଳିବାକୁ ଥିବା ରାଫେଲ ଯୁଦ୍ଧବାହୀ ବିମାନ ଡେଲିଭରି ଉଚିତ୍ ସମୟରେହବ । କରୋନା ମହାସଂକଟର ପ୍ରଭାବ ଏହା ଉପରେ ପଡ଼ିବ ନାହିଁ । ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ, କ୍ଷେତ୍ରୀୟ ସୁରକ୍ଷା ଉପରେ ଚର୍ଚ୍ଚା ହୋଇଥିଲା । ଏଥିସହ କରୋନା ସଂକଟ ଉପରେ ଆଲୋଚନା ହୋଇଥିବା ଜଣାଯାଇଛି । ସୂଚନାଥାଉକି ୟୁରୋପ ଦେଶସମୂହ ମଧ୍ୟରେ ଫ୍ରାନ୍ସ ଏଭଳି ଦେଶ ଯେଉଁଠି କରୋନା ସଂକ୍ରମିତଙ୍କ ଉପରେ ନିୟନ୍ତ୍ରଣ ଆଣିପାରିଛି ।

Leave A Reply

Your email address will not be published.