ଆସାମରେ ବନ୍ୟା ଓ ଭୂସ୍ଖଳନ, ୩୦ ମୃତ

0 73

ଗୌହ୍ୱାଟି : ଲଗାଣ ବର୍ଷା ଯୋଗୁଁ ଆସାମରେ ଜବରଦସ୍ତ କ୍ଷୟକ୍ଷତି ଦେଖିବାକୁ ମିଳୁଛି । ଆସାମର ତିନୋଟି ଜଲ୍ଲାରେ ଭୂସ୍ଖଳନ ଯୋଗୁଁ ୩୦ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି । ମୃତକମାନେ ଦକ୍ଷିଣ ଆସାମର ବରାକ୍ ଘାଟିସ୍ଥିତ ୩ ପୃଥକ ଜିଲ୍ଲାର ବାସିନ୍ଦା ଅଟନ୍ତି । ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଊଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନ ଯୋଗୁଁ କଚ୍ଛାର ଜିଲ୍ଲାରେ ୭, ହୋଲାକାଣ୍ଡି ଜିଲ୍ଲାର ୭ ଓ କରିମଗଞ୍ଜ ଜିଲ୍ଲାର ୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହିସବୁ ଅଞ୍ଚଳ ଗୁଡ଼ିକରେ ଗତ କିଛିଦିନ ହେବ ଲଗାଣ ବର୍ଷ ଜାରି ରହିଛି । ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ କଚ୍ଛାର ଜିଲ୍ଲାର ଏକ ପରିବାରର ୭ଜଣ ସଦସ୍ୟ ଘରେ ଚାପି ହୋଇଯାଇଥିଲେ । ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆସାମ ବନ୍ୟାରେ ୩.୭୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କିଛି ବ୍ୟକ୍ତି ଆଶ୍ରୟ ଶିବିରରେ ଶରଣ ନେଇଛନ୍ତି । ବନ୍ୟାରେ ଗୋଲପାରା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଏହାପରେ ନଗାମ୍ବ ଓ ହୋଜାଇ ଜିଲ୍ଲା ରହିଛି । ବନ୍ୟାରେ ୯ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୮ ଗ୍ରାମ ଜଳବନ୍ଦୀରେ ରହିଛି । ଆସାମ ରାଜ୍ୟ ପ୍ରବନ୍ଧକ ପ୍ରାଧିକରଣର ସୂଚନାନୁଯାୟୀ ଏହି ବନ୍ୟାରେ ପାଖାପାଖି ୨୭ହଜାର ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.