ଜବତ ହେଲା ୧କେଜି ବ୍ରାଉନସୁଗାର, ୨ ଗିରଫ

0 76

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ରାଜଧାନୀରୁ ୧ କେଜି ୧୨ ଗ୍ରାମର ବ୍ରାଉନସୁଗର ଜବତ କରିଛି କ୍ରାଇମ ବ୍ରାଞ୍ଚରର ଏସଟିଏଫ୍ । ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ଏସ୍ଟିଏଫ୍ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳର ଅଜୟ ମହାପାତ୍ର ଓ ବେଗୁନିଆ ଅଞ୍ଚଳର ବିଭୂତି ଭୂଷଣ । ଘଟଣା ସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାଙ୍କଚ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି । ଅଜୟଙ୍କ ବିରୋଧରେ ପୂର୍ବରୁ ଖୋର୍ଦ୍ଧା ଜିଲରେ ଏନ୍ଡିପିଏସ୍ ଆକ୍ଟରେ ମାମଲା ରହିଥିବା ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଏସ୍ଟିଏଫ୍ ପାଖରେ ଗନ୍ନ୍ା ସୂଚନା ଥିଲା । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସଟିଏଫ୍ ପକ୍ଷରୁ ସତର୍କତା ପାଳନ କରଯାଇଥିଲା । ଗତକାଲି ରାତିରେ ବାଲେଶ୍ୱରରୁ ୩ ଜଣ ବେପାରୀ ବ୍ରାଉନସୁଗର ନେଇ ଭୁବନେଶ୍ୱର ଆସୁଥିବା ଖବର ପାଇଥିଲା ଏସଟିଏଫ ଟିମ । ପରେ ସେମାନେ ଖଣ୍ଡଗିରି ତମାଣ୍ଡ ଅଞ୍ଚଳରେ କାରବାର କରୁଥିବା ବେଳେ ଏସ୍ଟିଏଫ୍ ଚଢାଉ କରି ଦୁଇ ଅଭିଯୁଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଥିଲା । ଜବତ ବ୍ରାଉନସୁଗର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ଫେରାର ଆସାମୀ ଜଙ୍କିଆର ବାପି ମଙ୍ଗରାଜ । ତେବେ ଏମାନେ ପଶ୍ଛିମବଙ୍ଗୋରୁ ଧଳାଜହର ଆଣି ରାଜ୍ୟରେ ବିଭିନ୍ନ ଯାଗାରେ ବ୍ରିକି କରୁଥିଲେ ।
ଚଳିତବର୍ଷ ଏସଟିଏଫ୍ ମୋଟ ପ୍ରାୟ ୭ କେଜି ୭୬୮ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏନେଇ ଏସ୍ଟିଏଫ୍ ପକ୍ଷରୁ ୧୮ଟି ମାମଲା ରୁଜୁ କରାଯାଇଛି । ବିଗତ ୪ ବର୍ଷରେ ଓଡ଼ିଶା ପୋଲିସର ସମସ୍ତ ତଦନ୍ତକାରୀ ସଂସ୍ଥା ମୋଟ ଯେତିକି ପରିମାଣରେ ବ୍ରାଉନସୁଗାର ଜବତ କରିଥିଲା ଚଳିତ ବର୍ଷ କେବଳ ଏସ୍ଟିଏଫ୍ ତାହା ଠାରୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ କରିଛି ।

Leave A Reply

Your email address will not be published.