ସ୍ୱାମୀଙ୍କ ନାଁରେ ଅଭିଯୋଗ କରିବାକୁ ଆସି ଅପହରଣ ହେଲେ ମହିଳା

0 56

ଭୁବନେଶ୍ୱର : ମହିଳାଙ୍କୁ ଅପହରଣ ଉଦ୍ୟମ ଘଟଣା ଅଭିଯୋଗରେ ଜଣେ କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ଗିରଫକରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଓଡିଶା ଆର୍ମଡ ପୋଲିସ ଫୋର୍ସର କନେଷ୍ଟବଳ ଥିବା ଜଣାପଡିଛି । ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ, ଗତକାଲି ରାତିରେ ସହୀଦନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବଚଷା ହୋଇଥିଲା । ମହିଳା ଜଣଙ୍କ ଘରୁ ବାହାରି ସହୀଦନଗର ଥାନାକୁ ଅଭିଯୋଗ କରିବାକୁ ଚାଲି ଚାଲି ଆସୁଥିଲେ । ଏହି ସମୟରେ ଗୋଟିଏ ଅଟୋ ତାଙ୍କ ପଛରେ ଲାଗିଥିଲା । ଆଉ ଯେଉଁଥିରେ ୩ ଜଣ ଯୁବକ ବସିଥିଲେ । ଅଟୋ ଚାଳକ ସମେତ ଜଣେ କନେଷ୍ଟବଳ ଓ ଅନ୍ୟ ଜଣେ ଯୁବକ । ଚାଲି ଚାଲି ଯାଉଥିବା ମହିଳାଙ୍କୁ କୁଆଡେ ଯାଉଛ”ି ବୋଲି ପଚାରିଥିଲେ । ମହିଳା ଜଣଙ୍କ ସହୀଦନଗର ପୋଲିସ ଷ୍ଟେସନ ଯାଉଥିବା କହିଥିଲେ । ଅଟୋରେ ବସିଥିବା ୩ ଜଣ ମହିଳାଙ୍କ ଥାନାରେ ଛାଡିଦେବାକୁ କହିଥିଲେ । ମହିଳା ଜଣଙ୍କ ସେମାନଙ୍କ କଥାରେ ବିଶ୍ୱାସ କରି ଅଟୋରେ ବସି ଯାଇଥିଲେ । ମହିଳାଙ୍କୁ ସହୀଦନଗର ପୋଲିସ ଷ୍ଟେସନକୁ ନେବା ପରିବର୍ତ୍ତେ ଅନ୍ୟ ଏକ ରାସ୍ତାରେ ନେଇଯାଇଥିଲେ । ମହିଳା ଜଣଙ୍କ ଅଟୋ ରଖିବାକୁ କହିଥିଲେ ମାତ୍ର ଅଟୋ ରଖି ନ ଥିଲେ । ବାଧ୍ୟ ହୋଇ ମହିଳା ଜଣଙ୍କ ଶା”ିପଲ୍ଲୀ ବସ୍ତି ନିକଟରେ ଚିତ୍କାର କରି ଅଟୋରୁ ରାସ୍ତା କଡକୁ ଡେଇଁପଡିଥିଲେ । ଏହି ସମରେ ଶା”ିପଲ୍ଲୀ ବସ୍ତିର ସ୍ଥାନୀୟ ଲୋକ ଆସି ମହିଳାଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ କାବୁ କରିଥିଲେ । ପରେ ସହୀଦନଗର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ ଗିରଫ କରିଥିଲା । ତେବେ ଅଟୋ ଚାଳକ ସମେତ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଓଡିଶା ଆର୍ମଡ ପୋଲିସ ଫୋର୍ସର କନେଷ୍ଟବଳ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏହି ଘଟଣାରେ ସ୍ପଷ୍ଟ ହେଉଛି ଯେ ରକ୍ଷକ ଯଦି ଭକ୍ଷକ ସାଜିବ ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ । ମହିଳାଙ୍କୁ ଅପହରଣ ଉଦ୍ୟମ ଘଟଣାରେ ଜଣେ କନେଷ୍ଟବଳ ଥିବା ବେଳେ ଏହି ଘଟଣା ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.