ଠିକା କାର୍ଯ୍ୟକୁ ନେଇ ବାଣୀବିହାରରେ ଗୋଷ୍ଠୀ ବିବାଦ ଘଟଣା, ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କଲେ ଛାତ୍ର

0 75

ଭୁବନେଶ୍ୱର: ଛାତ୍ର ରାଜନୀତିର ପେଣ୍ଠସ୍ଥଳ କୁହାଯାଉଥିବା ବାଣୀବିହାର ରାଜନେତିକ ପାଣିପାଗରେ ଉସ୍ମତା ଦେଖାଦେଇଛି । ବିଶ୍ୱବିଦ୍ୟାଳୟରେ ନିର୍ମାଣଧୀନ କାର୍ଯ୍ୟକୁ ନେଇ ଏବେ ବାଣୀବିହାରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଏପରି ସ୍ଥଳେ ମଙ୍ଗଳବାର ଏକ ଗୋଷ୍ଠୀ ବାଣୀବିହାରରେ ହେଉଥିବା ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଦର୍ଶାଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛି । ଏହି କାର୍ଯ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କାର୍ଯ୍ୟରେ ତଦାରଖ ଠିକ୍ ଭାବେ ହୋଇଛି କି ନାହିଁ ତାହା ଉପରେ ଯାଞ୍ଚ କରିବାକୁ ଛାତ୍ରମାନେ ଅଭିଯୋଗ କରିଛନ୍ତି । ପୂର୍ବତନ ତଥା ବାଣୀବିହାରର ଶେଷ ସଭାପତି ମହେଶ ପ୍ରସାଦଙ୍କ ନେତୃତ୍ୱର ୧୦ରୁ ଊଦ୍ଧ୍ୱର୍ ଛାତ୍ର ରାଜ୍ୟପାଳନଙ୍କ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ସମସ୍ତ କ୍ଲାସ୍ ରୁମ, ହଷ୍ଟେଲ ଏବଂ ଆଡମିନିଷ୍ଟ୍ରେଟିଭ୍ ଅଫିସ୍ ବିଶୋଧନ ପରେ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଥିଲା । ବିଶ୍ୱବିଦ୍ୟାଳୟ ଏବେ ବନ୍ଦ ରହିଥିଲେ ମଧ୍ୟ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟ ଚାଲୁ ରହିଛି । ହଷ୍ଟେଲ ମରାମତି, ପାର୍କ, ରଙ୍ଗ ଆଦି ନିର୍ମାଣଧୀନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଏକ ଗୋଷ୍ଠୀ । କାର୍ଯ୍ୟରେ ତଦରଖ ଠିକ୍ ହେଉ ନ ଥିବା ଅଭିଯୋଗ ଉଠୁଥିବା ବେଳେ ଏକ ଗୋଷ୍ଠୀ ଏଥିପାଇଁ ଜେଇଙ୍କ ଉପରକୁ ଅଙ୍ଗୁଠି ଉଠାଇଛି । ୨୦୧୭ରେ ଶେଷ ଥର ଛାତ୍ର ବିଜେଡି ପ୍ରାର୍ଥୀ ଭାବେ ବାଣୀବିହାରରର ସଭାପତି ଭାବେ ନିର୍ବାଚିତ ହୋଇଥିବା ମହେଶ ପ୍ରସାଦ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ବିଭିନ୍ନ ବିଭାଗରେ ଚାଲୁଥିବା ରଙ୍ଗ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଛି । ଏହାଛଡା ୨୦୧୭ ମସିହାରୁ ଆସିଥିବା କିଛି ପୁୁରୁଣା ସାମଗ୍ରୀରେ ନିର୍ମାଣଧୀନ କାର୍ଯ୍ୟ ଚାଲୁରହିଛି । ବାଣୀବିହାରର ଜେଇ ଏବଂ ବିଶ୍ୱବିଦ୍ୟାଳୟର କିଛି ପ୍ରଭାବଶାଳୀ ବ୍ୟକ୍ତିମାନେ ସମ୍ପୁର୍ଣ୍ଣ ବ୍ୟବସ୍ଥାକୁ କବ୍ଜା କରି ସେମାନଙ୍କର ଚିହ୍ନା ପରିଚିତି ଲୋକମାନଙ୍କୁ ଠିକାରେ କାର୍ଯ୍ୟ ଦେଉଛନ୍ତିି । ଟେଣ୍ଡର ଖାଲି ନାମକୁ ମାତ୍ର ହେଉଛି କିନ୍ତୁ ଏଥିରେ କୌଣସି ସ୍ୱଚ୍ଛତା ରହୁ ନ ଥିବା ମହେଶ ଅଭିଯୋଗ କରିଛନ୍ତିି ।

Leave A Reply

Your email address will not be published.