ସେୟାରଖାନ୍ ପକ୍ଷରୁ ବିଟା-ଟେଷ୍ଟିଂକୁ ବ୍ୟବହାର ବ୍ୟବସ୍ଥାକୁ ବ୍ୟବହାର କରି ଭାରତରେ ପ୍ରଥମ ଥର ପାଇଁ ନୂଆ ଡିସ୍କାଉଂଟ୍ ବ୍ରୋକିଂ କଂପାନି ଆରମ୍ଭ ହେବ

0 62

ଭୁବନେଶ୍ୱର, ୨/୬: ବିଏନ୍ପି ପରିବାସର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଓ ଭାରତର ଅଗ୍ରଣୀ ରିଟେଲ୍ ବ୍ରୋକର
ସଂସ୍ଥା- ସେୟାରଖାନ୍ ପକ୍ଷରୁ ଏକ ନୂତନ ସହଯୋଗୀ କଂପାନି ଜରିଆରେ ଡିସ୍କାଉଂଟ୍ ବ୍ରୋକିଂ କ୍ଷେତ୍ରରେ ପ୍ରବେଶ
କରିବା ଲାଗି ପ୍ରାଜେକ୍ଟ ଲିପ୍ ଘୋଷଣା କରିଛି । ଭାରତରେ ପ୍ରଥମ ଥର ଲାଗି ଏହି ଉନ୍ମୋଚନ ଜରିଆରେ
ଡିସ୍କାଉଂଟ୍ ବ୍ରୋକିଙ୍ଗ୍ ପ୍ଲାଟଫର୍ମର ବିଟା ଟେଷ୍ଟି ଆରମ୍ଭ ହେବ ଯେଉଁଥିରେ ପଂଜୀକୃତ ହୋଇ ଅଂଶଗ୍ରହଣ କରିବାକୁ ଆଲ୍ଫା ଟ୍ରେଡର ଓ ନିବେଶକମାନଙ୍କୁ ଆହ୍ୱାନ କରାଯିବ ।
ଏହା ୧୦୦ ଆଲ୍ଫା ଟ୍ରେଡର ଓ ନିବେଶକମାନଙ୍କୁ ଏହି ନୂଆ ପ୍ଲାଟଫର୍ମରେ ପରୀକ୍ଷଣ ପାଇଁ ଲାଇଭ୍-ମାର୍କେଟ୍ରେ
ଯୋଡ଼ିବ ଯେଉଁଥିରେ ଅନେକ ପ୍ରକାର ଅଭିନବ ବ୍ୟବସ୍ଥା ରହିଛି ଯଥା ୱାଚଲିଷ୍ଟ୍, ଡିଟେଲ୍ କୋଟସ୍, ଅର୍ଡର ଓ
ରିପୋର୍ଟସ୍ ଆଦି ରହିଛି ଓ ଏ ସମ୍ପର୍କରେ ମତାମତକୁ ଏହା ପ୍ରୋଜେକ୍ଟ ଲିପ୍ର ପ୍ରତିଷ୍ଠିତ ବରିଷ୍ଠ ନେତୃତ୍ୱ ଟିମ୍ ପାଖକୁ
ପଠାଇବ । ଫାଷ୍ଟ୍-ଇନ୍, ଫାଷ୍ଟ୍ ୱିନ୍ ଭିତିରେ ଚୟନ କରାଯାଇଥିବା ୧୦୦ ଆଲ୍ଫା ଟ୍ରେଡର ଓ ନିବେଶକମାନଙ୍କ
ମଧ୍ୟରୁ ପ୍ରତ୍ୟେକଙ୍କୁ ମାର୍ଜିନ୍ ଭାବେ ସର୍ବନିମ୍ନ ପାଂଚ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ଏବଂ ଆମବଣ ଉପହାର ଭାବେ
ସେମାନେ ମାଗଣାରେ ୧ ବର୍ଷର ବ୍ରୋକରେଜ୍ ଫି’ ହାସଲ କରିପାରିବେ । ୧୦୦ ବିଟା-ଟେଷ୍ଟରର ଅଂଶ ହେବା
ଲାଗି ଲୋକମାନଙ୍କୁ ଙ୍ଗଙ୍ଗଙ୍ଗ.କ୍ଟ୍ରକ୍ସକ୍ଟହରମଗ୍ଧକ୍ଷରବକ୍ଟ୍ରକ୍ଟ୍ର.ମକ୍ଟଜ୍ଞ ରେ ଆବେଦନ କରିବାକୁ ପଡ଼ିବ ।
ଗ୍ରାହକଙ୍କ ମତାମତ ଗ୍ରହଣ କରି ଥରେ ବିଟା-ଟେଷ୍ଟିଂ ସଫଳ ହୋଇଯିବା ପରେ ୨୦୨୦-୨୧ର ଦ୍ୱିତୀୟ
ତ୍ରୟମାସରୁ ପ୍ରୋଜେକ୍ଟ ଲିପ୍କୁ ଉନ୍ମୋଚନ କରାଯିବ ।
୨୦୨୦ରେ ସେୟାରଖାନ୍ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି: ୨୦ ବର୍ଷର ଉପସ୍ଥିତି ଏବଂ ୨୦ ଲକ୍ଷ
କ୍ଲାଏଂଟ୍ । ପୁନ୧⁄୨, ସେୟାରଖାନ୍ ଦୃଢ଼ ଭାବେ ବିଶ୍ୱାସ କରେ ଯେ ଗ୍ରାହକମାନଙ୍କ ଆର୍ଥିକ ଲକ୍ଷ୍ୟରେ ପହଂଚିବା ଲାଗି
ସହାୟକ ହେଉଥିବା ସମସ୍ୟାକୁ ସମାଧାନ ପାଇଁ ଏହାର ସମ୍ପୂର୍ଣ୍ଣ ସେବା ମଡେଲ୍ ଜରୁରୀ । ଏହାର ବୁଦ୍ଧିମାନ ମାନବ
ନେଟୱର୍କ ଯାହା ୫୪୧ଟି ସହରରେ ବ୍ୟାପିଛି ତାହା ଗ୍ରାହକଙ୍କୁ ଆର୍ଥିକ ଲକ୍ଷ୍ୟ ଆଡ଼କୁ ନେଇଯିବା ଲାଗି
ସେୟାରଖାନ୍କୁ ଶକ୍ତି ପ୍ରଦାନ କରିଛି । ଏହାର ମାନବ ସମ୍ପୂର୍ଣ୍ଣ ସେବା ଜରିଆରେ ସେୟାରଖାନ୍ ଏବେ ଏହାର
କ୍ଲାଏଂଟ୍ମାନଙ୍କୁ ଏହି ସବୁ ସ୍ୱତବ ଅଭିଯାନ ପ୍ରଦାନ କରିବ:

• ନୂତନ କ୍ଲାଏଂଟ୍ଙ୍କ ପାଇଁ ରୋର୍ ହେଉଛି ଏକ ତିନି ମାସିଆ ଅନବୋର୍ଡିଂ କାର୍ଯ୍ୟକ୍ରମ; କିଭଳି ନିବେଶ
କରିବ, କିଭଳି ସିକ୍ୟୁରିଟି ଚୟନ କରିବ, କିଭଳି ଟ୍ରେଡିଂ ପ୍ଲାଟଫର୍ମକୁ ବ୍ୟବହାର କରାଯିବ । ସବୁ କିଛି
ଫୋନ୍ ପରାମର୍ଶଦାତାଙ୍କ ଜରିଆରେ ସହାୟତା ଦିଆଯିବ ।
• ଲାଇଭ୍ ଅନ୍ଲାଇନ୍ ସେୟାରଖାନ୍ ଫୋରସାଇଟ୍ ଅଧିବେଶନ: ସେୟାରଖାନ୍ର ବିଶେଷଜ୍ଞ ଏବଂ ସ୍ୱତବ
ଅତିଥିଙ୍କ ଜରିଆରେ ଲାଇଭ୍ ଅନଲାଇନ୍ ଅଧିବେଶନ ଇକ୍ୱିଟିରୁ ଆରମ୍ଭ କରି ମ୍ୟୁଚୁଆଲ୍ ଫଣ୍ଡ୍ସ, ବୈଷୟିକ
ଅନୁଶୀଳନ ଆଦି ଭଳି ନିବେଶ ବିଷୟ ଉପରେ ମାର୍ଗଦର୍ଶନରେ ସହାୟତା ପ୍ରଦାନ କରିବ ।
• ସେୟାରଖାନ୍ର ଶାଖାଗୁଡ଼ିକ ହେବ ଜ୍ଞାନ କେନ୍ଦ୍ର ଯାହା କ୍ଲାଏଂଟ୍ଙ୍କୁ ପ୍ରଶିକ୍ଷଣ, କୋଚିଂ ଓ ସହାୟତା ପ୍ରଦାନ
କରିବ
କିଭଳି ଇକ୍ୱିଟିରେ ନିବେଶ କରିବ, କିଭଳି ମ୍ୟୁଚୁଆଲ୍ ଫଣ୍ଡ୍ ଚୟନ କରିବ, ଏଫ୍ଓକୁ ବୁଝିବା
ଇତ୍ୟାଦି ବିଷୟ ଉପରେ କ୍ଲାଏଂଟ୍ମାନଙ୍କୁ ପ୍ରଶିକ୍ଷଣ ଓ କୋଚିଂ ପ୍ରଦାନ କରିବା ଲାଗି ପ୍ରତିଟି ଶାଖା
ମାସିକ ସେମିନାର ଆୟୋଜନ କରିବେ ।

• ସେୟାରଖାନ୍ ଏହାର ଗବେଷଣା ଦର୍ଶନଗୁଡ଼ିକୁ ମଧ୍ୟ ବାଂଟିଥାଏ:
ମୌଳିକ ଗବେଷଣା ଦର୍ଶନ ୩ଆର୍ (ସଠିକ କ୍ଷେତ୍ର, ସଠିକ୍ କଂପାନି ଓ ସଠିକ୍ ମୂଲ୍ୟ) ଉପରେ
ପର୍ଯ୍ୟବେସିତ ଯାହା ଏହାର ଦର୍ଶନକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଜୀବନ୍ତ କରୁଛି, ଫଳରେ
ଜଣେ ଅଣ ବିଶେଷଜ୍ଞ ମଧ୍ୟ କିଭଳି ଗବେଷଣାର ନିର୍ଯ୍ୟାସ ବାହାରିଲା ତାହା ବୁଝିପାରିବେ ।
ଏହାର ବୈଷୟିକ ଗବେଷଣା ଦର୍ଶନକୁ କୁହାଯାଉଛି ପିଓପି (ପ୍ରୋସେସ, ଅବଜେକ୍ଟିଭ୍, ପ୍ରଡକ୍ଟ
ବେସଡ୍ ଆପ୍ରୋଚ୍)କୁ ଉନ୍ମୋଚନ କରାଯାଇଛି ଯାହା ଗ୍ରାହକଙ୍କୁ ବୁଝିବା ଏବଂ ସେମାନଙ୍କ ନିଷ୍ପତି
ଗ୍ରହଣରେ ସହାୟକ ହେଉଛି ।
ସେୟାରଖାନ୍ର ଏମ୍ଏଫ୍ ଗବେଷଣା ଦର୍ଶନ ହେଉଛି କ୍ୟୁ ସ୍କୋୟାର ଯାହା ଗୁଣାତ୍ମକ ଏବଂ
ପରିମାଣତ୍ମକ ମାନଦଣ୍ଡ ଆଧାରରେ ମ୍ୟୁଚୁଆଲ୍ ଫଣ୍ଡ ପରାମର୍ଶ ନିର୍ଯ୍ୟାସରେ ପହଂଚୁଛି ।
ସେୟାରଖାନ୍ର ସିଇଓ ଜୟଦୀପ ଅରୋରା କହିଛନ୍ତି ଯେ, “ଆମର ଦର୍ଶନ ହେଉଛି ଡିସ୍କାଉଂଟ୍ ବ୍ରୋକିଙ୍ଗ ବନାମ
ଫୁଲ ସର୍ଭିସ୍ ପାଇଁ ଏକ ଅଲଗା କଂପାନି ଗଠନ କରିବା କାରଣ ଆମେ ବିଶ୍ୱାସ କରୁ ଯେ ଭାରତର ଇକ୍ୱିଟି
ବଜାରରେ ନିମ୍ନ ସାନ୍ଧ୍ରତା ଥିବାରୁ ଏଠାରେ ଉଭୟ ଉପ-ବର୍ଗଗୁଡ଼ିକ ଆଗକୁ ବଢ଼ିବାରେ ଅନେକ ପ୍ରାସଙ୍ଗିକତା
ରହିଛି ।’’

Leave A Reply

Your email address will not be published.