ଆଇଡ଼ିବିଆଇର ୧୩୫ କୋଟି ନେଟ୍ ଲାଭ

0 77

ମୁମ୍ବାଇ : ଦୀର୍ଘ ୧୩ଟି ତ୍ରୟମାସ ପରେ ଆଇଡ଼ିବିଆଇ ୨୦୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ୧୩୫ କୋଟି
ଟଙ୍କା ନେଟ୍ ଲାଭ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୪୯୧୮ କୋଟି ଟଙ୍କା କ୍ଷତି ସହିଥିଲା । ଏହି
ସମୟରେ କାର୍ଯ୍ୟକାରୀ ଲାଭ ୧୮୭୪ କୋଟି ଟଙ୍କା ହୋଇଥିବାବେଳେ ବର୍ଷୱାରି ଅଭିବୃଦ୍ଧି ୩୪% ଓ ତ୍ରୟମାସୱାରି
ଅଭିବୃଦ୍ଧି ୪୭% ହୋଇଛି । ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ କାର୍ଯ୍ୟକାରୀ ଲାଭ ୧୩୯୬ କୋଟି ଟଙ୍କା ଥିଲା ।
୨୦୧୯ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ଲାଭ ୪୦୫୨ କୋଟି ଟଙ୍କା ଥିଲାବେଳେ ୨୦୨୦ ଆର୍ଥିକ ବର୍ଷରେ ଏହା
୫୧୧୨ କୋଟି ଟଙ୍କା ହୋଇଛି ।
ଏନ୍ଆଇଆଇ ୨୩୫୬ କୋଟି ଟଙ୍କ ହୋଇଥିବାବେଳେ ଏନଆଇଏମ୍ ୩.୮୦% ରହିଛି । କାସା ଅନୁପାତ ୪୭.୭୪%
ରହିଛି । ପୂର୍ବ ଆର୍ଥିକ ବର୍ଷରେ ଏନଆଇଆଇ ୧୬୦୯ କୋଟି ଟଙ୍କା ଥିଲା । ଏନଆଇଏମ୍ ପୂର୍ବ ଆର୍ଥିକ ବର୍ଷର ଏହି
ସମୟରେ ୨.୨୬% ଥିଲା । ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ୟାଙ୍କର ମୋଟ ଏନ୍ପିଏ ୨୭.୫୩% ରହିଛି ଯାହା
ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୨୭.୪୭% ଥିଲା । ନେଟ୍ ଏନ୍ପିଏ ଏହି ସମୟରେ ୪.୧୯ % ହୋଇଛି ଯାହା
ପୂର୍ବବର୍ଷ ଏହି ସମୟରେ ୧୦.୧୧% ଥିଲା ।
କୋଭିଡ଼-୧୯ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଯାଇ ବ୍ୟାଙ୍କର ୯୯% ଶାଖା କାର୍ଯ୍ୟକାରୀ ଥିଲା ।
ଏହି ସମୟରେ ବ୍ୟାଙ୍କ କୋଭିଡ଼ ସଂକ୍ରାନ୍ତ ୨୭୪ କୋଟି ଟଙ୍କା କାରବାର କରିଛି । ଏହି ସମୟରେ ବ୍ୟାଙ୍କର
କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗ୍ରାହକ ସେବା ମଧ୍ୟ ଉଚିତ୍ ଭାବେ ଯୋଗାଇ
ଦିଆଯାଇଛି ।

Leave A Reply

Your email address will not be published.