ଟାଟା ପାୱାର ପକ୍ଷରୁ ଜୁନ୍ ୧ ପରଠାରୁ କେନ୍ଦ୍ରୀୟ ଓଡ଼ିଶା ବିଦ୍ୟୁତ ବିତରଣର ପରିଚାଳନା କରାଯିବ

0 85

ଭୁବନେଶ୍ୱର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଂଚଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ,
ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ
ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିବା ବେଳେ ସେସୁର ପରିଚାଳନାକୁ ଅଧିଗ୍ରହଣ କରିବା ବିଷୟରେ ଘୋଷଣା
କରିଛି । ୨୦୨୦ ମେ’ ୨୮ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ଟାଟା ପାୱାର
ପରିଚାଳନା ନିୟବଣ ସହିତ ୫୧ ପ୍ରତିଶତ ଇକ୍ୱିଟି ପାଇବ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରିଡ୍କୋ ପାଖରେ କଂପାନିର
ବଳକା ୪୯ ପ୍ରତିଶତ ଇକ୍ୱିଟି ଅଂଶଧନ ରହିବ ।
ପାଂଚଟି କ୍ଷେତ୍ରରେ ବିତରଣ ବ୍ୟବସ୍ଥାରେ ଉନ୍ନତି ଓ ଆଧୁନିକୀକରଣ ପାଇଁ ଟାଟା ପାୱାର ପ୍ରତିବଦ୍ଧ । ଭରସାଯୋଗ୍ୟତାରେ ଉନ୍ନତି
ଆଣିବା, ଏଟିଆଣ୍ଡ୍ସି କ୍ଷତିକୁ କମ୍ କରିବା ଏବଂ ଉକ୍ରୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବାକୁ କଂପାନି ପ୍ରାଥମିକତା ଦେବ । ବୁଝାମଣା
ଅନୁସାରେ ସେସୁର ସମସ୍ତ କମର୍ଚାରୀଙ୍କୁ କଂପାନି ନିଜ ପାଖରେ ରଖିବ ଏବଂ ପୂର୍ବ ନୀତି ଢ଼ାଂଚା ଅନୁସାରେ ସେମାନଙ୍କ ପରିଚାଳନା
କରିବ । ସେସୁ ପରିଚାଳନାରେ ପରିବର୍ତନର ଅଂଶ ସ୍ୱରୂପ ଟାଟା ପାୱାର ପକ୍ଷରୁ ଶ୍ରେଷ୍ଠ ପ୍ରଥା ଏବଂ ପ୍ରଯୁକ୍ତି ସହିତ କର୍ମଚାରୀମାନଙ୍କ
ଜ୍ଞାନ ଓ କୌଶଳରେ ଉନ୍ନତି ଆଣିବା ଲାଗି ସେମାନଙ୍କୁ ଉନ୍ନତ ସୁଯୋଗ ଓ ସୁବିଧା ପ୍ରଦାନ କରିବ ।
ଏହି ଅବସରରେ ଟାଟା ପାୱାରର ଏମ୍ଡି ଓ ସିଇଓ ଶ୍ରୀଯୁକ୍ତ ପ୍ରବିର ସିହ୍ନା କହିଛନ୍ତି ଯେ, “ସେସୁ ସହିତ ଆମର ସହବନ୍ଧନ ଟାଟା ପାୱାର
ପାଇଁ ବହୁତ ବଡ଼ ବିଷୟ । ଆମକୁ ଏହି ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାର ଓ ଓଇଆରସି ପ୍ରତି ଆମେ କୃତଜ୍ଞ । ଅଭିନବ ପ୍ରଯୁକ୍ତି
ସହିତ ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ । ଦେଶର ସବୁଠୁ ପସନ୍ଦଯୋଗ୍ୟ ବିଦ୍ୟୁତ
ବିତରଣ କଂପାନି ହେବା ଲାଗି ଆମେ ନିରନ୍ତର ଉଦ୍ୟମ କରୁଛୁ । ଆମର ଦିଲ୍ଲୀ, ମୁମ୍ବାଇ ଓ ଆଜମେର ବିତରଣ ବ୍ୟବସାୟ ହେଉଛି
ଏହି ସଫଳତାର ସ୍ୱୀକୃତି ଭଳି ।’’
“ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ଓଡ଼ିଶାରେ ସ୍ମାର୍ଟ ଗ୍ରିଡ୍ ମୂତୟନ କରି ସକାରାତ୍ମକ କରିବର୍ତନ ଆଣିବା ଲାଗି
ଉଦ୍ୟମ କରୁଛି । ସହଜ ଓ ପ୍ରଭାବଶାଳୀ ବିଦ୍ୟୁତ ବିତରଣ ପରିଚାଳନା ଜରିଆରେ ଗ୍ରାହକ ସେବାର ସବୁ ପ୍ରକାର କ୍ଷେତ୍ରରେ ଉନ୍ନତି
ଆଣିବା ହେଉଛି ଆମର ଗ୍ରାହକ କୈନ୍ଦ୍ରୀକ ପ୍ରଥାର ଏକ ଅଂଶ ବୋଲି ଟାଟା ପାୱାରର ସଭାପତି-ଟିଆଣ୍ଡ୍ଡି ଶ୍ରୀଯୁକ୍ତ ସଂଜୟ ବାଙ୍ଗା
କହିଛନ୍ତି ।
ଟାଟା ପାୱାରର ୨୫ ବର୍ଷ ପାଇଁ ଲାଇସେନ୍ସ ହାସଲ କରିଛି । ଭୁବନେଶ୍ୱର (ବିଦ୍ୟୁତ ସର୍କଲ ୧ ଓ ୨), କଟକ, ପାରାଦୀପ ଓ
ଢେଙ୍କାନାଳ ଭଳି ପାଂଚଟି ବିଦ୍ୟୁତ କ୍ଷେତ୍ର ୩୦,୦୦୦ ବର୍ଗକିଲୋମିଟରରୁ ଅଧିକ ଅଂଚଳରେ ପରିବ୍ୟାପ୍ତ ଯାହା ଅଧୀନରେ ୧.୪
କୋଟି ଲୋକ ଏବଂ ୨.୫ ନିୟୁତ ଗ୍ରାହକ ସଂଖ୍ୟା ରହିଛି । ଟାଟା ପାୱାର ଏହାର ଗ୍ରାହକ ସଂଖ୍ୟାକୁ ୫ ନିୟୁତରେ ପହଂଚାଇବାକୁ ଲକ୍ଷ୍ୟ

ରଖିଛି ଯେଉଁମାନଙ୍କ ସଂଖ୍ୟା ଏବେ ମୁମ୍ବାଇ, ଦିଲ୍ଲୀ ଓ ଆଜମେର୍ରେ ୨.୫ ନିୟୁତ ରହିଛି । ସେସୁର ହାରାହାରି ଚାହିଦା ହେଉଛି ପ୍ରାୟ
୧୩୦୦ ମେଗାୱାଟ୍ ସହିତ ବାର୍ଷିକ ଇନପୁଟ୍ ଶକ୍ତି ହେଉଛି ୮୪୦୦ ଏମ୍ୟୁ (୨୦୧୭-୧୮ ଆର୍ଥିକ ବର୍ଷ) ।
ଖୁବ୍ କମ ସମୟ ଭିତରେ ଦିଲ୍ଲୀ ଓ ଆଜମେର୍କରେ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ସଫଳତାର ସହିତ ରୂପାନ୍ତରିତ ହେବା ପରେ ଟାଟା
ପାୱାର ପକ୍ଷରୁ ଏଟି ଆଣ୍ଡ୍ସି କ୍ଷତିକୁ ୫୩.୧ ପ୍ରତିଶତରୁ (୨୦୦୨ ଜୁଲାଇ)ରୁ ହ୍ରାସ କରି ଦିଲ୍ଲୀରେ ୮ ପ୍ରତିଶତରୁ କମ ପର୍ଯ୍ୟନ୍ତ୍
(୨୦୧୯ ମାର୍ଚ୍ଚ) ଓ ଆଜମେର୍ରେ ୨୧.୬ ପ୍ରତିଶତରୁ (୨୦୧୭ ଜୁଲାଇ) ୧୦ ପ୍ରତିଶତକୁ (୨୦୧୯ ଅଗଷ୍ଟ) ହ୍ରାସ କରିଛି ।
ବିଦ୍ୟୁତ ବିତରଣ କ୍ଷେତ୍ରରେ ନୂତନ ଏବଂ ଅଭିନବ ପ୍ରଯୁ୍କ୍ତିକୁ ବ୍ୟବହାର କରି ଉଭୟ ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଟାଟା ପାୱାର
ଅନେକ ମାନଦଣ୍ଡ ଧାର୍ଯ୍ୟ କରିଛି ।

Leave A Reply

Your email address will not be published.