ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ କୋଭିଡ୍-୧୯ ଯୋଦ୍ଧାଙ୍କ ପାଇଁ ଅଫର

0 80

ଭୁବନେଶ୍ୱର: କୋଭିଡ୍-୧୯ ବିରୋଧରେ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଗୋଦରେଜ୍
ଆପ୍ଲାଏନ୍ସେସ୍ ପକ୍ଷରୁ ସ୍ୱତବ ଅଫର ଘୋଷଣା କରିଛି । ସ୍ୱାସ୍ଥ୍ୟ କ୍ଷେତ୍ର ପେସାଧାରୀ, ସ୍ଥାନୀୟ କର୍ତୃପକ୍ଷ ଏବଂ
ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ବୀନା କୋଭିଡ୍-୧୯ ବିରୋଧରେ ଲଢ଼େଇ ଅସମ୍ଭବ ଥିଲା । ଏହି ସମସ୍ତ
କରୋନା ଯୋଦ୍ଧା ଯଥା-ମେଡିକାଲ୍ ପେସାଧାରୀ, ପୋଲିସ ବଳ, ସେନା, ମୁନିସିପାଲିଟି କର୍ମଚାରୀ, ସରକାରୀ
କର୍ମଚରୀ ଏବଂ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ପାଇଁ କଂପାନି ପକ୍ଷରୁ ୪୪୪୮ ଟଙ୍କା ମୂଲ୍ୟର ୧୫ ମାସିଆ
ବର୍ଦ୍ଧିତ ୱାରେଂଟି ଅଫର ପ୍ରଦାନ କରାଯାଉଛି । ଏହି ଅଫର ମେ’ ୧୭ରୁ ଆରମ୍ଭ ହୋଇଛି ଯାହା ଜୁନ୍ ୩୦,
୨୦୨୦ ପର୍ଯ୍ୟନ୍ତ ବୈଧ ରହିବ । ଏହି ଅଫରକୁ ରେଫ୍ରିଜରେଟର, ୱାସିଂ ମେସିନ, ପାରମ୍ପରିକ ମାଇକ୍ରୋଓଭେନ୍
ମଡେଲ୍, ହାର୍ଡ ଟପ୍ କନଭର୍ଟିବଲ୍ ଚେଷ୍ଟ ଫ୍ରିଜର ଏବଂ ଏୟାର କୁଲର ପାଇଁ ଲାଗୁ କରାଯାଇଛି । ଏହି ଅଫର ହାସଲ
କରିବା ଲାଗି କୋଭିଡ୍-୧୯ ଯୋଦ୍ଧାମାନଙ୍କୁ କଂପାନିର ଅଫିସିଆଲ୍ ୱେବସାଇଟ୍
ଙ୍ଗଙ୍ଗଙ୍ଗ.ଶକ୍ଟୟକ୍ସରହଗ୍ଦଜ୍ଞବକ୍ସଗ୍ଧମବକ୍ସର.ମକ୍ଟଜ୍ଞ ଜରିଆରେ ସିର୍ଭସ୍ ଟିମ୍ ସହିତ ଯୋଗାଯୋଗ କରିବାକୁ ପଡ଼ିବ କିମ୍ବା
ଦେୟମୁକ୍ତ ନମ୍ବର ୧୮୦୦-୨୦୯-୫୫୧୧ରେ କଲ୍ କରି ଜିନିଷ କିଣିବାର ସାତ ଦିନ ଭିତରେ ପଂଜୀକରଣ
କରିବାକୁ ପଡ଼ିବ ।
କୋଭିଡ୍ ଯୋଦ୍ଧାମାନେ ଏହି ଅଫରକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ (ବ୍ୟାଙ୍କ ସହଯୋଗିତାରେ),
୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏମ୍ଆର୍ପିରେ ରିହାତି, ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଉପରେ ୪୭% ପର୍ଯ୍ୟନ୍ତ ରିହାତି
(କିଣିବାର ବର୍ଷକ ଭିତରେ ବୈଧ), ଅଗ୍ରଣୀ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଉପରେ ଶୂନ ପ୍ରତିଶତ ସୁଧ ଇଏମ୍ଆଇ
ସହିତ ୧୮/୪ରୁ ଆରମ୍ଭ ସହଜ ଇଏମ୍ଆଇ ସୁବିଧା ସହିତ ପାଇପାରିବେ ।
ଏ ସମ୍ପର୍କରେ ଗୋଦରେଜ ଆପ୍ଲାଏନ୍ସେସ୍ର ବିଜନେସ୍ ହେଡ୍ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ
କହିଛନ୍ତି ଯେ, “ଏହି ଆହ୍ୱାନପୂର୍ଣ୍ଣ ସମୟରେ, ଆମର କୋଭିଡ୍ ଯୋଦ୍ଧାମାନେ-ସ୍ୱାସ୍ଥ୍ୟକର୍ମୀ, ସରକାରୀ କର୍ମଚାରୀ,
ସ୍ଥାନୀୟ କର୍ତୃପକ୍ଷ ଏବଂ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ନିଜର ସୁରକ୍ଷା ବଦଳରେ ଆମର ସୁରକ୍ଷାକୁ ଗୁରୁତ୍ୱ
ଦେଉଛନ୍ତି ଏବଂ ଦେଶବାସୀଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଦେଉଛନ୍ତି । ଆମ କୋଭିଡ୍ ଯୋଦ୍ଧାଙ୍କ ସେହି ଭାବନା
ପ୍ରତି ସ୍ୱୀକୃତି ପ୍ରଦାନ ସ୍ୱରୂପ ଆମେ ଅର୍ଥପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଥିବା ବର୍ଦ୍ଧିତ ୱାରେଂଟି ସେମାନଙ୍କୁ ସ୍ୱତବ ଭାବେ
ପ୍ରଦାନ କରୁଛୁ । କଂପାନି ଏହି କରୋନା ଯୋଦ୍ଧା ଏବଂ କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇ ପ୍ରତି
ସହଯୋଗ ପାଇଁ ସେମାନଙ୍କୁ ସାଲୁଟ୍ କରୁଛୁ ।’’

Leave A Reply

Your email address will not be published.