ହୋଣ୍ଡା ପକ୍ଷରୁ ସିଡି ୧୦୦ ଡ୍ରିମ୍ ବିଏସ୍-୬ ମଡେଲ୍ ଉନ୍ମୋଚିତ

0 78

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁୂଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଆଉ ଏକ ବିଏସ୍-୬ ମଡେଲ୍
ଆଣିଛି । କଂପାନି ପକ୍ଷରୁ ସିଡି ୧୧୦ ଡ୍ରିମ୍ ବିଏସ୍-୬ ମଡେଲ୍କୁ ଉନ୍ମୋଚନ କରାଯାଇଛି । ଏଥି ସହିତ କଂପାନିର
ମୋଟ୍ ବିଏସ୍-୬ ମଡେଲ୍ ପରିମାଣ ୭ରେ ପହଂଚିଛି । ଏଥେି ର ଉନ୍ନତ ସ୍ମାର୍ଟ ପାୱାର (ଇଏସ୍ପି)ର ଶକ୍ତି ଥିବା ୧୧୦
ସିସି ଏଚ୍ଇଟି ବିଏସ୍-୬ ପିଜିଏମ୍-ଏଫ୍ଆଇ ଇଂଜିନ୍ ବ୍ୟବହାର କରାଯାଇଛି । ଏହାର ଏସିଜି ଷ୍ଟାର୍ଟର ମୋଟର ଶାନ୍ତ,
ଧକ୍କା ମୁକ୍ତ ଷ୍ଟାର୍ଟ ସୁବିଧା ପ୍ରତି ଥର ପ୍ରଦାନ କରିବ । ଏହା ଜରିଆରେ କଂପାନି ଏକ ଶାନ୍ତ ବିପ୍ଳବକୁ ଆଗକୁ ବଢ଼ାଉଛି ।
ନୂଆ ସିଡି ୧୧୦ ଡ୍ରିମ୍ ୧୧୦ ସିସିରେ ପରିବେଶ ମିତବ୍ୟୟୀ ପ୍ରଯୁକ୍ତି ବ୍ୟବହାର କରାଯାଈଥିବା ବେଳେ ତାହା ଅଧିକ
ମାଇଲେଜ୍ ପ୍ରଦାନ କରୁଛି । ଖରାପ ସଡ଼କରେ ଚାପ ମୁକ୍ତ ଗାଡ଼ିଚାଳନା ପାଇଁ ଏଥିରେ ରହିଛି ଡିସି ହେଡ୍ଲ୍ୟାମ୍ପ୍ ।
ଇଞ୍ଜିନକୁ ଷ୍ଟାର୍ଟ ଏବଂ ବନ୍ଦ କରିବା ପ୍ରକ୍ରିୟାକୁ ଅଧିକ ସହଜ କରିବା ଲାଗି ଏଥିରେ ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍ ସ୍ୱିଚ୍ ରହିଛି ।
ସମନ୍ୱିତ ହେଡଲ୍ୟାମ୍ପ୍ ବିମ୍ ଓ ପାସିଂ ସ୍ୱିଚ୍ ରହିଛି ଯାହାକୁ ଗୋଟିଏ ସ୍ୱିଚ୍ ଜରିଆରେ ପରିଚାଳନା କରାଯାଇପାରିବ । ଲମ୍ବା
ଏବଂ ଆରାମଦାୟକ ସିଟ୍ ଥିବାରୁ ଦୂର ଯାତ୍ରା ବେଳେ ପଛରେ ବସିଥିବା ଲୋକଙ୍କୁ ଆରାମ ମିଳିବ । ଏଥିରେ ଷ୍ଟାଇଲିସ୍
ଗ୍ରାଫିକ୍ସଳ କ୍ରୋମ୍, ମଫଲର କଭର, ବଡି ରଙ୍ଗର ମିରର ଏବଂ ସିଲଭର ଆଲଏ ହ୍ୱିଲ୍ ବ୍ୟବହାର କରାଯାଇଛି ।
କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ଏହା ଉପରେ ସ୍ୱତବ ୬ ବର୍ଷର ୱାରେଂଟି ପ୍ୟାକେଜ୍ (ଶିଳ୍ପର ପ୍ରଥମ) ପ୍ରଦାନ କରାଯାଉଛି ।
ସିଡି ୧୧୦ ଡ୍ରିମ ବିଏସ୍-୬ ଷ୍ଟାଣ୍ଡାର୍ଡ ଓ ଡିଲକ୍ସ ଭଳି ଦୁଇଟି ଭାରିଆଂଟ୍ରେ ଉପଲ୨ ହେବ । ଏହାର ଏକ୍ସ ସୋ’ରୁମ୍
ଦାମ୍ ୬୨୭୨୯ ଟଙ୍କା ରହିଛି ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ-ବିକ୍ରି ଓ
ମାର୍କେଟିଂ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “୧୯୬୬ ପରଠାରୁ ଏହି ସିଡି ବ୍ରାଣ୍ଡ୍ ନିୟୁତ ନିୟୁତ
ଗ୍ରାହକଙ୍କ ହୃଦୟ ଜୟ କରିଛି । ସେହି ସମୃଦ୍ଧ ପରମ୍ପରାକୁ ଆଗକୁ ବଢ଼ାଇ ନୂଆ ସିଡି ୧୧୦ ଡ୍ରିମ୍ ବିଏସ୍-୬ରେ
ଆପଣମାନଙ୍କ ପାଇଁ ହୋଣ୍ଡାର ସୁପରିଅର ପ୍ରଯୁକ୍ତି ଭଳି ସବୁ କିଛି ରହିଛି ଏବଂ ଏହା ସର୍ବାଧିକ ପ୍ରଦର୍ଶନ, ସୁବିଧା ଏବଂ
ମାଇଲେଜ୍ ପ୍ରଦାନ କରୁଛି । ସ୍ୱତବ ୬ ବର୍ଷିଆ ସୀମିତ ଅବଧିର ୱାରେଟିଂ ପ୍ୟାକେଜ୍ ସହିତ ସିଡି ୧୧୦ ବିଏସ୍-୬ରେଆପଣଙ୍କ ପାଇଁ ସବୁ କିଛି ରହିଛି-ସବୁ କିଛି ଅଛି । ବଜାରରେ ହୋଣ୍ଡାର ବିଏସ୍-୬ ଉତ୍ପାଦ ପୋର୍ଟଫୋଲିଓକୁ ସଂପ୍ରସାରିତ
କରି ନୂଆ ସିଡି ୧୧୦ ଡ୍ରିମ୍ ୨୦୨୦ ଜୁନ୍ ପ୍ରାରମ୍ଭରୁ ଆମ ନେଟ୍ୱର୍କରେ ପହଂଚିବା ଆରମ୍ଭ ହେବ ।’’

Leave A Reply

Your email address will not be published.