ଭାଲୁ ଆକ୍ରମଣରେ ୩ ଗୁରୁତର

0 64

ନୀଳଗିରି : ଦୁଇଟି ଭାଲୁ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରିବା ଘଟଣା ·ଞ୍ଚଲ୍ୟ ସୃଷ୍ଟି କରିଛିକ୍ଷ ଏଥିରେ ଗ୍ରାମର ୩ଜଣ ଗୁରୁତର ହୋଇଥିବା ବେଳେ ୩ଜଣ ଆହତ ହୋଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ନୀଳଗିରି ବନ ବିଭାଗ ଅଞ୍ଚଳରେ ଥିବା ଓପଦା ବ୍ଲକ୍ ଅନ୍ତର୍ଗତ ବାଉଁଶବଣିଆ ଗ୍ରାମରେ ଦୁଇଟି ଭାଲୁ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରିଛି । ଆଜି ଭୋର ୫ଟା ବେଳେ ପ୍ରଥମେ ବାଉଁଶବଣିଆ ଗ୍ରାମର ଜଳଧର ବିଶ୍ୱାଳଙ୍କ ଘରେ ଭାଲୁ ପଶି ତାଙ୍କ ପତ୍ନୀ ସ୍ନିଗ୍ଧାଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ଜଳଧର ଭାଲୁ ଆକ୍ରମଣରୁ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ । ହେଲେ ତାଙ୍କୁ ବି ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ତାପରେ ସେହି ଗ୍ରାମର ପରମାନନ୍ଦ ମିଶ୍ର , ନିତ୍ୟାନନ୍ଦ ମିଶ୍ର, ବନମାଳୀ ଜେନା ଓ କମଳାକାନ୍ତ ଜେନାଙ୍କୁ ବି ଦୁଇ ଭାଲୁ ଆକ୍ରମଣ କରି ଜଙ୍ଗଲକୁ ·ଲିଯାଇଥିଲେ । ଏମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ନିଧା ବିଶ୍ୱାଳଙ୍କ ଅବସ୍ଥା ସଂକଟାପତ୍ତ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାର ସୂଚନା ମିଳିଛି । ଖବର ପାଇ ନୀଳଗିରି ରେଞ୍ଜର ରୁଦ୍ର ରଞ୍ଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.