ଅକ୍ସଫୋର୍ଡ ପ୍ରସ୍ତୁତ କଲା AZD1222 କରୋନା ଭ୍ୟାକ୍ସିନ୍

0 71

ଲଣ୍ଡନ : ବ୍ରିଟେନ୍ର ଔଷଧ କମ୍ପାନୀ ଏଷ୍ଟ୍ରୋଜେନେକା କହିଛନ୍ତି ଅକ୍ସୋଫୋର୍ଡ ୟୁନିଭରସିଟି ତରଫରୁ ପ୍ରସ୍ତୁତ କରୋନା ଭାଇରସ୍ ଭ୍ୟାକ୍ସିନ୍ର ଲକ୍ଷ ଲକ୍ଷ ଡୋଜ୍ ନିର୍ମାଣ ଆରମ୍ଭ କରିଦେଇଛନ୍ତି । କମ୍ପାନୀ କହିଛନ୍ତି କି ଏହି ଭ୍ୟାକ୍ସିନ୍ର ପ୍ରସ୍ତୁତି ବ୍ରିଟେନ, ସ୍ୱିଜରଲାଣ୍ଡ, ନରୱେ ଓ ଭାରତରେ ବି ଜାରି ରହିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା AZD1222 ନାମକ ଏହି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି । ପ୍ରାରମ୍ଭିକ ଟ୍ରାଏଲ୍ରେ ଏହି ଭ୍ୟାକ୍ସିନ୍ର ପରିଣାମ ଭଲ ଆସିଛି ଓ ଆଗାମୀ ରାଉଣ୍ଡରେ ଏହାର ପରବର୍ତ୍ତୀ ଟ୍ରାଏଲ୍ ଜାରି ରହିଛି । ଏକ ଗଣମାଧ୍ୟମକୁ ସୂଚନା ଦେଇ ଏଷ୍ଟ୍ରୋଜେନେକାର ସିଇଓ କହିଛନ୍ତି ଯେ ଯଦି ଏହି ଭ୍ୟାକ୍ସିନ୍ କରୋନା ରୋଗୀଙ୍କ କ୍ଷେତ୍ରରେ କାମ ନଦିଏ ତେବେ ପ୍ରସ୍ତୁତ ହୋଇଥିବା ଲକ୍ଷ ଲକ୍ଷ ଭ୍ୟାକ୍ସିନ୍ ବେକାର ହୋଇଯିବ । ଭ୍ୟାକ୍ସିନ୍ର ଫାଇଦାକୁ ଏବେ କମ୍ପାନୀ ଦେଖୁନାହିଁ । ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଯେ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ମହାମାରୀ ସମାପ୍ତ ହୋଇଯାଇଛି ବୋଲି ଘୋଷଣା ନକରିଛି ସେ ପର୍ଯ୍ୟନ୍ତ ଆମେ ଏହି ଭ୍ୟାକ୍ସିନ୍ ଉପରେ କୌଣସି ଲାଭ ରଖିବୁ ନାହିଁ । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି ଏହି ଭ୍ୟାକ୍ସିନ୍ର ଲକ୍ଷ ଲକ୍ଷ ଡୋଜ୍ ପ୍ରସ୍ତୁତି ଲକ୍ଷ୍ୟ ରଖିଛି କମ୍ପାନୀ । ୨୦୨୧ ବର୍ଷ ଜୁନ୍ ସୁଦ୍ଧା ୨ ଆରବ ଡୋଜ୍ ପ୍ରସ୍ତୁତି ଶେଷ ହୋଇସାରିଥିବ ବୋଲି କମ୍ପାନୀ ସୂଚନା ଦେଇଛି ।

Leave A Reply

Your email address will not be published.