ଗଜପତିରେ ପୁଣି ୧୦ କରୋନା ପଜିଟିଭ୍, ମୋଟ ୬୧ ରୋଗୀ ଚିହ୍ନଟ

0 65

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆଜି ୬୧ରେ ପହଞ୍ଚିଛି । ଏହି ୧୦ ଜଣଙ୍କୁ ଆଜି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି, ଆଜି ପୁଣି ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୧୦ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୬୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୧୦ ଜଣ ଗଜପତି ଜିଲ୍ଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଏଠାରେ ୫୧ଜଣ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ମହାରଷ୍ଟ୍ରରୁ ୩ଜଣ,ଆନ୍ଧ୍ରପ୍ରଦେଶରୁ ୭ଜଣ ପ୍ରବାସୀ ଗତ ୧୪,୧୬,୧୭ ଓ ୨୦ ତାରିଖରେ ଗଜପତି ଜିଲ୍ଲାକୁ ଫେରିଥିଲେ । ଏମାନଙ୍କୁ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ଏହି ୧୦ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ମହିଳାଙ୍କ ସମେତ ୯ଜଣ ପୁରୁଷ ଏଥିରେ ରହିଛନ୍ତି । ମହିଳାଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ପୁରୁଷ ମାନଙ୍କ ବୟସ ୧୭ରୁ ୪୫ ମଧ୍ୟରେ ବୋଲି ସୁଚନା ମିଳିଛି । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.