ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆଜି ଭକ୍ତ ଆସିବେନି, ମନ୍ଦିର ସିଲ୍ କଲା ପ୍ରଶାସନ ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

0 67

ପୁରୀ : ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀରେ ଚତୁର୍ଦ୍ଧା ବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଶ୍ରୀବିଗ୍ରହ ଅଣସର ପିଣ୍ଡିରେ ରହିବେ । ଏହି ଅଣସର କାଳରେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁ ପ୍ରଶାସନ ଅଣସର ଦର୍ଶନକୁ ବନ୍ଦ କରିଥିବା ଜଣାପଡିଛି । ଶ୍ରଦ୍ଧାଳୁଙ୍କ ବିନା ଶ୍ରୀଅଲାରନାଥଙ୍କ ଅଣସର ଆରମ୍ଭ ହେବ । ଏହା ମନ୍ଦିର ଇତିହାସରେ ପ୍ରଥମ ଘଟଣା ବୋଲି ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଆଜିଠାରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଛି । ମନ୍ଦିର ·ରିପଟକୁ ପ୍ରଶାସନ ବ୍ୟାରିକେଡ୍ ଦେଇ ସିଲ୍ କରିଛି । ଚନ୍ଦନ ଚକଡ଼ା, ଶ୍ରୀମହାଲକ୍ଷ୍ମୀଙ୍କ ମନ୍ଦିର ରାସ୍ତା, ଅଲାରପୁର ଗାଁ ରାସ୍ତା, ସିଂହଦ୍ୱାର, ଆନ୍ଦନ ବଜାର ଗେଟକୁ ସିଲ୍ କରିଛି । ପୂରା ମନ୍ଦିର ·ରିପଟେ ଲୁହାର ବ୍ୟାରିକେଡ୍ ଦିଆଯାଇଛି । ଜଣେ ହେଲେ ବି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯେଭଳି ଯାଇ ନ ପାରିବେ ସେ ନେଇ ପ୍ରଶାସନ ଦୃଢ ପଦକ୍ଷେପ ନେବା ଆରମ୍ଭ କରିଛି । ମନ୍ଦିର ଭିତରେ ଅର୍ଥାତ ଭିତର କାଠ, ଦୋଳବେଦୀ, ଶ୍ରୀଚେତନ୍ୟ ମଣ୍ଡପ, ଶ୍ରୀମହାଲକ୍ଷ୍ମୀଙ୍କ ଚକଡ଼ା, ସିଂହଦ୍ୱାର, ଉତ୍ତର ଦ୍ୱାର, ଆନ୍ଦନ ବଜାର ଏବଂ ସିଂହଦ୍ୱାର ରାସ୍ତାରେ ଉଚ୍ଚ କ୍ଷମତା ସମ୍ପତ୍ତ ସିସିଟିଭି ଲଗା ଯାଇଛି ।

Leave A Reply

Your email address will not be published.