ଜୁଲାଇ ୨୧ରୁ ଅମରନାଥ ଯାତ୍ରା

0 73

ଶ୍ରୀନଗର: ଶ୍ରଦ୍ଧାଳୁମାନେ ଏ ବର୍ଷ ଜୁଲାଇ ୨୧ରୁ ଅମରନାଥ ଯାତ୍ରା କରି ପାରିବେ ବୋଲି ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସଏଏସବି) ର ଅଧିକାରୀ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଏହି ଯାତ୍ରା ୧୫ ଦିନ ଧରି ·ଲେ । ହେଲେ ଏଥର କରୋନା କଟକଣାକୁ ନେଇ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ତେବେ ଏସଏଏସବି ଏ ନେଇ ସମୟସୀମା ଘୋଷଣା କରିଛନ୍ତି । ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ·ଲିବ ବୋଲି ସୂଚନା ଦେଇଛନ୍ତି । ସୂଚନାଥାଉ କି, ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସମୁଦ୍ରପତନଠାରୁ ୩,୮୮୦ ମିଟର ଉପରେ ରହିଛି ପ୍ରଭୁ ଅମରନାଥଙ୍କ ଗୁମ୍ଫା । ଏସଏଏସବି ଦେଇଥିବା ସୂଚନାରୁ ଜଣାଯାଇଛି, ଯାତ୍ରା ପାଇଁ ଏଠାରେ ଶୁକ୍ରବାର ପ୍ରଥମ ପୂଜା କରାଯାଇଥିଲା । ସାଧୁମାନଙ୍କ ବ୍ୟତୀତ ଅନ୍ୟ ତୀର୍ଥଯାତ୍ରୀ ଯେଉଁମାନଙ୍କ ବୟସ ୫୫ରୁ କମ୍ ସେମାନଙ୍କୁ ହିଁ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ । ତେବେ ଯାତ୍ରା କରୁଥିବା ଭକ୍ତଙ୍କ କୋଭିଡ ଟେଷ୍ଟ କରାଯିବ ଏବଂ ସେମାନଙ୍କ ପାଖରେ କରୋନା ନେଗେଟିଭ ପ୍ରମାଣପତ୍ର ରହିବା ଉଚିତ ।ଶ୍ରଦ୍ଧାଳୁମାନେ (ସାଧୁଙ୍କ ବ୍ୟତୀତ)ଯାତ୍ରା ପାଇଁ ଅନ୍ଲାଇନ ପଞ୍ଜୀକରଣ କରିପାରିବେ । ଅଧିକାରୀଙ୍କ କହିବା ଅନୁଯାୟୀ, କୋରୋନା ଯୋଗୁ ସ୍ଥାନୀୟ ଶ୍ରମିକମାନେ ଆସୁ ନ ଥିବାରୁ ଗାନ୍ଦରବଲ ଜିଲ୍ଲାଠାରେ ବାଲଟାଲ ବେସ କ୍ୟାମ୍ପରୁ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହେଲିକାପ୍ଟରର ସାହାଯ୍ୟ ନିଆଯିବ । ଏହି ୧୫ ଦିନ ପାଇଁ ଅମରନାଥଙ୍କ ପାଖରେ ହେଉଥିବା ସକାଳ ଓ ସନ୍ଧ୍ୟାର ଆଳତିର ସିଧା ପ୍ରସାରଣ କରାଯିବ । ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ଅର୍ଥାô ଅଗଷ୍ଟ ୩ ତାରିଖ ଶେଷ ହେବ ।

Leave A Reply

Your email address will not be published.