ରହମାନ୍ ମଲ୍ଲିକଙ୍କ ଉପରେ ବଳାକ୍ରାର ଅଭିଯୋଗ ଆଣିଲେ ସିନ୍ଥିଆ ଡି ରିଚି

0 74

ୱାଶିଂଟନ୍ : ଆମେରିକାର ସିନ୍ଥିଆ ଡି ରିଚି ନାମକ ଜଣେ ମହିଳା ପାକିସ୍ତାନ ଗୃହମନ୍ତ୍ରୀ ରହମାନ ମଲ୍ଲିକଙ୍କ ଉପରେ ବଳାକ୍ରାର ଆରୋପ ଲଗାଇଛନ୍ତି । ସିନ୍ଥିଆଙ୍କ କହିବାନୁଯାୟୀ ତାଙ୍କୁ ୨୦୧୧ ମସିହାରେ ବଳାକ୍ରାର କରାଯାଇଥିଲା । ଏହାବାଦ୍ ଯେତେବେଳେ ସେ ରାଷ୍ଟ୍ରପତି ଭବନରେ ରହିଥିଲେ ସେତେବେଳେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନୀ ଓ ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ମଖଦ୍ଦୁନ ଶହାବୁଦ୍ଦିନ୍ଙ୍କ ନାମରେ ଶାରୀରିକ ଓ ମାନସିକ ଭାବେ ପ୍ରତାରିତ କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ଏବେର ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ରହମାନଙ୍କ ବାସଭବନରେ ହୋଇଥିବା କହିଛନ୍ତି । ଅମେରିକା ମହିଳା କହିଛନ୍ତି ସେ ରହମାନ୍ଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ଡ୍ରିଙ୍କ୍ ଦିଆଯାଇଥିଲା ।

Leave A Reply

Your email address will not be published.