ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

0 79

ଭୁବନେଶ୍ୱର, ଡୁମାଣୀଖବର : ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଏହି ନୂଆ ଆକ୍ରାନ୍ତ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷୀୟ ପୁରୁଷ, ୮ ବର୍ଷୀୟ ଝିଅ ଏବଂ ସେମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରାଯାଇ ସୂଚନା ଦିଆଯାଇଛି । ସେମାନେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ଓ ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି । ଦିଲ୍ଲୀରୁ ଫେରି ଉଭୟ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ଚିକିତ୍ସାଧୀନ ଥିବାବେଳେ ୫୧ଜଣ ସୁସ୍ଥ ହୋଇଛନ୍ତ । ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.