ରାଉଲକେଲାରେ ୨ ଡାକ୍ତରଙ୍କୁ କରୋନା

0 71

ରାଉଲକେଲା, ଡୁମାଣୀଖବର : ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା ହୋଇଥିବା ନେଇ ଘୋଷଣା କରାଯାଇଛି । ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ·ଲିଛି । ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି । ତେବେ ୧୮ ପଜିଟିଭଙ୍କ ଭିତରୁ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଏମାନଙ୍କ ଭିତରୁ ଅଧିକାଂଶ ପ୍ରବାସ ଫେରନ୍ତା ଅଛନ୍ତି । ପ୍ରକାଶଥାଉକି, ସୁନ୍ଦରଗଡ଼ ଜିଲ୍ଲାରେ ଏଯାôବ ୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪୯ଟି ଆକ୍ଟିଭ କେଶ ରହିଛି । ଆଜି ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବୃଦ୍ଧ ବୋଲି ସୂଚନା ମିଳିଛି । ରାଜ୍ୟରେ ସମୁଦାୟ ୨୮୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୧୧୨୯ ଆକ୍ଟିଭ କେଶ ରହିଛି ଏମାନେ ରାଜ୍ୟର ବିଭିତ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.