ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଆସିଲେ ୧୦୭୪ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

0 77

ର।ୟଗଡ଼।, ୭/୦୬- ଡୁମାଣୀଖବର : ରାୟଗଡା ରେଳ ଷ୍ଟେସନ ଆଜି ଲୋକାରଣ୍ୟ ହୋଇଥିଲା । ଦକ୍ଷିଣ ଭାରତର କେରଳରେ କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଯୋଗେ କୋରାପୁଟ,ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି ,ଗଞ୍ଜାମ ଓ ରାୟଗଡ ଜିଲ୍ଲାର ୧୦୭୪ଜଣ ପ୍ରବାସୀ ଶ୍ରମିକ କେରଳର ଆଲ୍ଲେପି ସମ୍ବଲପୁର ଟ୍ରେନରେ ରାୟଗଡ ରେଳ ଷ୍ଟେସନରେ ପହଞ୍ଚି ଛନ୍ତି । ଏତେ ସଂଖ୍ୟକ ପ୍ରବାସୀଙ୍କ ଆସିବ ଫଳରେ ଷ୍ଟେସନରେ ଲୋକରଣ୍ୟ ହେଇଥିଲା । ବିଶ୍ଵବ୍ୟାପୀ କରୋନା ମହାମରୀ ଯୋଗୁଁ ତଲ।ବନ୍ଦୀ ହେବାଫ ଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବେ ଫଳରେ ଶ୍ରମିକ ମାନେ ନିଜ ନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିବା ଶ୍ରମିକ ଟ୍ରେନ ନମ୍ବର ୦୬୧୧୪ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ଖବର ରେଳ ବିଭାଗ ତରଫରୁ ଗତକାଲି ଜିଲ୍ଳାପାଳଙ୍କୁ ଜଣାଇଥିଲେ। ଏଥିପାଇଁ ଜିଲ୍ଳାପାଳ ରାୟଗଡ ଶ୍ରୀ ପ୍ରମୋଦ କୁମାର ବେହେର।ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ରେଳ ଷ୍ଟେସନରେ ଜିଲ୍ଲା ଅଧିକାରୀ ମାନେ ଆଜି ଭୋରୁ ସମସ୍ତ ପ୍ରକାର ଵ୍ୟଵସ୍ଥା କରି ଉପସ୍ଥିତ ରହିଥିଲେ । ଟ୍ରେନ ନମ୍ବର -ଓ୦୬୧୧୪ ରେ କେରଳର ଆଲେପିରୁ ଆସିଥିବା ନବରଙ୍ଗପୁର ଜିଲ୍ଲାର ୨୯୭ଜଣ,କୋରପୁଟର ୨୯୨ଜଣ,ରାୟଗଡ ଜିଲ୍ଲାର୭୬ଜଣ କନ୍ଧମାଳ ଜିଲ୍ଲାର ୧୨୧ଜଣ,ଗଜପତି ଜିଲ୍ଲାର୨୫ଜଣ,କଳାହାଣ୍ଡି ଜିଲ୍ଲାର ୭୯ଜଣ ଓ ଗଞ୍ଜାମ ଜିଲ୍ଲାର ୧୮୪ ଜଣ ଶ୍ରମିକ ଆସିଥିଲେ ।ସର୍ବମୋଟ ୧୦୭୪ଜଣ ଶ୍ରମିକ ଆଜି ରାୟଗଡ଼ା ସକାଳୁ ପହଞ୍ଚିଛନ୍ତି । ପ୍ରବାସୀ ଶ୍ରମିକ ଆସିବା ଖବର ପାଇ ପ୍ରଶାସନ ତରଫରୁ ଗତକାଲି ସ୍ଥାନୀୟ ଗଜପତି ଛକରୁ ସାଇ ଇଣ୍ଟର ନାସିନାଲ ଛକ ପର୍ୟ୍ୟନ୍ତ ଓ ଷ୍ଟେସନ ଏରିଆରେ ୧୪୪ଧାରା ଜାରି କରିଥିଲେ । ରାୟଗଡ଼ା ରେଳ ଷ୍ଟେସନ ଦେଇ ଆଜିପର୍ୟ୍ୟନ୍ତ ପ୍ରାୟ ୩୫୮୭ ଜଣ ପ୍ରବାସୀ ଓହ୍ଲାଇଛନ୍ତି ସେଥି ମଧ୍ୟରୁ ଆଜି ସବୁଠାରୁ ବହୁତ ସଂଖ୍ୟକ ପ୍ରବାସୀ ଆସିଥିଲେ ।
ସେହିପରି ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକର ୬ଜଣ, ଚନ୍ଦ୍ରପୁର ବ୍ଲକର ୬ଜଣ,ଗୁଡରି ବ୍ଲକର ଜଣେ, କଲନାରାବ୍ଲକର-୨ଜଣ, କଲ୍ୟାଣସିଙ୍ଗପୁର ବ୍ଲକର ଜଣେ,ରାୟଗଡ଼ା ୪ଜଣ,ଓ ମୁନିଗୁଡା ବ୍ଲକର ୫୩ଜଣ ଜିଲ୍ଲାର ସର୍ବମୋଟ ୭୬ପ୍ରବାସୀ ରାୟଗଡ଼ରେ ଓହ୍ଲାଇଲେ ।
ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ଜିଲ୍ଳାପାଳଙ୍କ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡି.ଆର. ଡି.ଏ.ଶ୍ରୀ ଅମ୍ରିତ ରୁତୁରାଜ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପି କୁମାର ଦୋଳାଇ, ପୌରପରିଷଡ଼ ନିର୍ବାହୀ ଅଧିକ।ଆରୀ ଶ୍ରୀ ସଚିଦା ନନ୍ଦ ଶତପଥି,ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର ରଥ ,ଅନ୍ୟ।ନ୍ୟ ଆରକ୍ଷୀ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ପ୍ରବାସୀ ଶ୍ରମିକମନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଲ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସଂପୃକ୍ତ ଜିଲା ଅଧିକାରୀ ମ।ନଙ୍କୁ ହସ୍ତାନ୍ତର କରିଥିଲେ । ଜିଲ୍ଲା ପ୍ରଶାସନ ଏତେ ସଂଖ୍ୟାକ ପ୍ରବାସୀଙ୍କୁ ସୁରୁଖୁରୁ ଭ।ବରେ ନିଜେ ନିଜ ଜିଲ୍ଲାକୁ ବସ ଯୋଗେ ପଠାଇ ପରିଥିଲା ।

Leave A Reply

Your email address will not be published.