ଜମ୍ମୁ-କାଶ୍ମୀରରୁ ବିମାନ ଯୋଗେ ଫେରୁଛନ୍ତି ୩୬୬ ଓଡିଆ

0 87

ଭୁବନେଶ୍ୱର,୭/୦୬- ଡୁମାଣୀଖବର : କରୋନା ସଙ୍କଟ ସମୟରେ ପ୍ରବାସୀମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଚାଲିଛି ଜୋରଦାର ପ୍ରୟାସ । ଏହାରି ମଧ୍ୟରେ ଆଜି ଜମ୍ମୁ-କାଶ୍ମୀରରୁ ବିମାନ ଯୋଗେ ଫେରୁଛନ୍ତି ୩୬୬ ପ୍ରବାସୀ ଓଡିଆ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହୋଇଛି । ତେବେ ଅପରାହ୍ନ ୧.୪୦, ୨ଟା ୪୦ ଓ ୩ଟା ୪୦ରେ ବିମାନ ଆସି ପହଞ୍ଚିବ । ଗଞ୍ଜାମକୁ ଫେରିବେ ସର୍ବାଧିକ ୨୮୦ ପ୍ରବାସୀ ଓଡିଆ । ସେହିପରି କେନ୍ଦ୍ରାପଡା, ଯାଜପୁର, ନୟାଗଡ, କଟକ ଓ ଅନୁଗୁଳକୁ ଫେରିବେ ଓଡିଆ । ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରୁ ଓଡ଼ିଶା ଆସିଥିଲେ ପ୍ରବାସୀ । ରେଳ ଯୋଗାଯୋଗ ହୋଇପାରୁନଥିବାରୁ ବିମାନରେ ଫେରୁଛନ୍ତି ପ୍ରବାସୀ ।

Leave A Reply

Your email address will not be published.