ଟ୍ରେନିଂ ବିମାନ ଦୃର୍ଘଟଣାଗ୍ରସ୍ତ

0 75

ଢେଙ୍କାନାଳ, ଡୁମାଣୀଖବର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ବିମାନ ଦୁର୍ଘଟଣା। ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ଟ୍ରେନର୍‌ ଓ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ।ପ୍ରକାଶଥାଉକି ବିରାଶାଳ ଏୟାରଷ୍ଟ୍ରିପରେ ୯୦ ଜଣ ଛାତ୍ରଛାତ୍ରୀ ଟ୍ରେନିଂ ନେଉଥିଲେ। ପ୍ରତିଦିନ ୬ଟି ବିମାନରେ ୩୬ ଜଣଙ୍କୁ ଟ୍ରେନିଂ ଦିଆଯାଏ।ତେବେ ଆଜି ସକାଳେ ଏହି ୨ ଟ୍ରେନି ପାଇଲଟ ଏୟାରଷ୍ଟ୍ରିପ ଉପରେ ଉଡ଼ୁଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଉଡାଣ ସମୟରେ ବିମାନଟି ଖସିପଡ଼ିଥଲା ବୋଲି ସୂଚନା ମିଳିଛି। ଉଭୟଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.