ସତ ଓଗାଳିଲା ପାକିସ୍ତାନ, କାଶ୍ମୀରକୁ ଭାରତର ଅଂଶ ବୋଲି ଦର୍ଶାଇଲା

0 54

ନୂଆଦିଲ୍ଲୀ : ସର୍ବଦା ମିଛ କହି ଶେଷରେ ଧରାପଡ଼ୁଥିବା ପାକିସ୍ତାନ ଏଥର କିନ୍ତୁ ପ୍ରକୃତ ସତ୍ୟ ଓଗାଳିଛି । ପିଟିଭି ପାକିସ୍ତାନ ଜନସଂଖ୍ୟା ଦର୍ଶାଇବାବେଳେ ଟିଭିରେ କାଶ୍ମୀରକୁ ଭାରତର ଅଂଶ ବୋଲି ଦର୍ଶାଇଛି । ସରକାରୀ ଟିଭିରେ ହୋଇଥିବା ଏହି ଭୁଲ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଲୋକ କାର୍ଯ୍ୟକ୍ରମର ସ୍କ୍ରିନସର୍ଟ ନେଇ ଇମ୍ରାନ ଖାନଙ୍କୁ ଟ୍ରୋଲ କରିଥିଲେ । ବର୍ତ୍ତମାନ ପିଟିଭି ସଫେଇ ଦେଇଛି ଯେ ଏହି ଭୁଲ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଟିଭି ଏକ ବୟାନ ଜାରି କହିଛି ଯେ, ପିଟିଭି ପ୍ରବନ୍ଧନ ମାନବୀୟ ଭୁଲ ଯୋଗୁଁ ପାକିସ୍ତାନର ଭୁଲ ମାନଚିତ୍ର ଦେଖାଇଥିବା ହେତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ପିଟିଭିର ଏମଡି କହିଛନ୍ତି ଜେ, ତାଙ୍କ ସଂଗଠନ ଏହିଭଳି ଅପରାଧକୁ କ୍ଷମାର ଯୋଗ୍ୟ ବୋଲି ଭାବେନହିଁ । ସେ ଆଶ୍ୱାସନା ଦେଇଛନ୍ତି ଯେ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଟିଭି ବୟାନ ପୂର୍ବରୁ ପାକିସ୍ତାନରେ ସୋସିଆଲ ମିଡ଼ିଆରେ ବହୁତ ହଙ୍ଗାମା ହୋଇଥିଲା । ଲୋକେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟ୍ରୋଲ କରିଥିଲେ । ଲୋକେ ଇମ୍ରାନ ସରକାରଙ୍କୁ ଏହି ଭୁଲର ଜବାବ ମାଗିବା ଆରମ୍ଭ କରିଥିଲେ । ଏହା ପୂର୍ବରୁ ଇମ୍ରାନ ଖାନଙ୍କ ଚୀନ ଯାତ୍ରା ସମୟରେ ମଧ୍ୟ ଏକ ବଡ ଭୁଲ ହୋଇଥିଲା । ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ ପାର୍ଟି ସ୍କୁଲରେ ଇମ୍ରାନ ଖାନଙ୍କ ଭାଷଣର ଲାଇଭ ପ୍ରସାରଣ ସମୟରେ ସ୍କିନରେ ପେଇଚିଙ୍ଗ ବଦଳରେ ଇଂରାଜୀ ଶବ୍ଦ ବେଗିଙ୍ଗ ଲେଖି ଦେଇଥିଲେ । ଏଥିପାଇଁ ମଧ୍ୟ ତାଙ୍କୁ ଭୁଲ ମାଗିବାକୁ ପଡିଥିଲା । ଏହି ଭୁଲ ପାଇଁ ଚୀନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲା । ସୂଚନାଯୋଗ୍ୟ ଯେ, ପାକିସ୍ତାନ କରୋନା ଭାଇରସ ପାଇଁ ତିଆରି କରିଥିବା ୱେବସାଇଟରେ ଦେଶର ଏକ ବିବାଦୀୟ ମାନଚିତ୍ର ଜାରି କରିଥିଲା । ଯେଉଁଥିରେ ଚକ୍ଟକ ଭାରତରେ ନଜର ଆସିଥିଲା । ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ନଜର ଏଥିରେ ପଡିଥିଲା ଅସଲରେ ୱେବସାଇଟରେ ଭାରତର ରାଜନୈତିକ ମାନଚିତ୍ରକୁ ବ୍ୟବହାର କରିଥିଲା ଯେଉଁଥିରେ ଚକ୍ଟକ ଭାରତର ଅଂଶ ଦର୍ଶାଇଥିଲା ।

Leave A Reply

Your email address will not be published.