ଲଦାଖ ସୀମାରେ ଚୀନ୍ର ମାଳ ମାଳ ହେଲିକପ୍ଟର, ଉତ୍ତେଜନା ବୃଦ୍ଧି ଲକ୍ଷ୍ୟରେ ଚୀନ୍!

0 94

ଲଦାଖ : ଭାରତ ଓ ଚୀନ୍ ମଧ୍ୟରେ ଏବେବି ସୀମା ଲଢ଼େଇ ଜାରି ରହିଛି । ଲଦାଖ ଅଞ୍ଚଳରେ ଦୁଇ ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ଅଧିକାରୀସ୍ତରୀୟ ଆଲୋଚନା କରି ଏହି ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଦିଗରେ ଅଗ୍ରସର ହେଉଥିବା ଖବର ଶୁଣିବାକୁ ମିଳିଥିଲା । ଜୁନ୍ ୬ ତାରିଖରେ ଦୁଇଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ । କିନ୍ତୁ ଇତିମଧ୍ୟରେ ସୀମାରେ ପୁଣି ଚୀନ୍ ଉତ୍ତେଜନାକୁ ବୃଦ୍ଧି କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ଇଷ୍ଟର୍ଣ୍ଣ ଭାରତ ସୀମା ନିକଟସ୍ଥ ଲଦାଖ ଆଖପାଖ ଅଞ୍ଚଳରେ ଚୀନ୍ ପକ୍ଷରୁ ବହୁ ହେଲିକପ୍ଟର ଉଡ଼ୁଥିବା ଦେଖାଯାଇଛି । ତେବେ ଚୀନ୍ର ଏହି ହେଲିକପ୍ଟର ସେଠିକାର ମୁତୟନ ଥିବା ଚୀନ୍ ସୈନିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆସିଥିବା ଚୀନ୍ ପକ୍ଷରୁ କୁହାଯାଇଛି । ଗତ ୮/୧୦ ଦିନ ହେବ ଭାରତ-ଚୀନ୍ ସୀମାରେ ଉତ୍ତେଜନା ଅଧିକ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଏପରିସ୍ଥଳେ ଚୀନ୍ ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରିବା ଜାରି ରଖିଛି । ଏଗୁଡ଼ିକ ମଧ୍ୟରେ ଚୀନ୍ ହେଲିକପ୍ଟର ବ୍ୟବହାର, ବାରମ୍ବାର ସେନାର ପାଟ୍ରୋଲିଂ, ବିପୁଳ ଚୀନ୍ ସେନା ମୁତୟନ, ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଆଦି ଜାରି ରଖିଛି । ଏହାକୁ ଦେଖିବା ପରେ ଚୀନ୍ ଓ ଭାରତ ମଧ୍ୟରେ ଯେ ଆଗାମୀ ଦିନରେ ଉତ୍ତେଜନା ଅଧିକ ଉଗ୍ରରୂପ ଧାରଣ କରିବ ତାହା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.