୧୦ହଜାର ଓଧଙ୍କୁ ହତ୍ୟା କରିବାକୁ ନିର୍ଦେଶ

0 73

ନେଦରଲାଣ୍ଡ: ପ୍ରଥମେ ବାଦୁଡ଼ିରୁ କରୋନା ଉତ୍ପତ୍ତି ହେଉଥିବା କିଛି ଦାବି କରୁଥିବାବେଳେ ଏହାକୁ ନେଇ ଏ ପର୍ଯ୍ୟନ୍ତ ସଠିକ୍ ପ୍ରମାଣ ମିଳିନାହିଁ । ତେବେ ନେଦରଲାଣ୍ଡରେ କିନ୍ତୁ କୌଣସି ପଶୁଙ୍କ ପାଇଁ କରୋନା ଭାଇରସ୍ ବ୍ୟାପିବାର ସୂଚନା ମିଳିଛି । ଏହି ପଶୁଟି ହେଉଛି ଓଧ । ନେଦରଲ୍ୟାଣ୍ଡରେ ୨ଜଣ ଓଧ ଯୋଗୁଁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏବେ ଏଠାକାର ସରକାର ଦେଶରେ ୧୦ହଜାରରୁ ଅଧିକ ଓଧଙ୍କୁ ହତ୍ୟା କରିବାକୁ ଆଦେଶ ଦେଇଛନ୍ତି । ନେଦରଲାଣ୍ଡ ସମେତ କେତେକ ୟୁରୋପୀୟ ଦେଶରେ ଓଧ ଫାର୍ମିଂ ହୋଇଥାଏ । ନେଦରଲାଣ୍ଡର ୧୦ଟି ଓଧ ଫାର୍ମରେ କରୋନା ସଂକ୍ରମିତ ଓଧ ଥିବା ଜଣାପଡ଼ିଛି । ଏବେ ସମସ୍ତ ଫାର୍ମକୁ ଏହି ଜୀବକୁ ମାରିବାର ଆଦେଶ ଦିଆଯାଇଛି । ନେଦରଲାଣ୍ଡର ଫୁଡ ଆଣ୍ଡ ୱେଅର୍ସ ଅଥୋରିଟି ଏହି ଆଦେଶ ଜାରି କରିଛନ୍ତି । ଓଧକୁ ପାଳୁଥିବା ଫାର୍ମକୁ କୁହାଯାଇଛି ଯେ ଯେତେ ଦିନ ଯାଏଁ ଓଧଙ୍କଠାରେ କରୋନା ସଂକ୍ରମଣ ମାମଲା ନ କମିଛି ସେତେ ଦିନ ଯାଏଁ ଫାର୍ମ ବନ୍ଦ ରହିବ । ଅନ୍ୟ ଲୋକେ କରୋନାରେ ସଂକ୍ରମିତ ନ ହେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ନେଦରଲାଣ୍ଡରେ ପ୍ରଥମ ଓଧ ଅପ୍ରେଲ୍ ମାସରେ କରୋନା ସଂକ୍ରମିତ ହୋଇଥିଲା । ମେ ମାସରେ ୨ଜଣ ଏହି ସଂକ୍ରମିତ ଓଧଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସଂକ୍ରମିତ ହୋଇଥିଲେ । ଏହା ପରେ ଏହା ଧୀରେ ଧୀରେ ୧୦ଟି ଫାର୍ମର ଓଧଙ୍କଠାରେ ବ୍ୟାପିଯାଇଥିଲା । ଓଧଗୁଡ଼ିକୁ ମାରିବା ପାଇଁ ଗ୍ୟାସର ଉପଯୋଗ କରାଯିବ । ଏହା ପରେ ଏହି ଓଧର ଶବ ଡିସପୋଜାଲ୍ ପ୍ଲାଣ୍ଟକୁ ନିଆଯାଇ ନଷ୍ଟ କରି ଦିଆଯାଇପାରିବ । ଏହା ପରେ ଫାର୍ମ ଏବଂ ଡିସପୋଜାଲ୍ ପ୍ଲାଣ୍ଟକୁ ସାନିଟାଇଜ କରାଯିବ । ନେଦରଲାଣ୍ଡ,ଚୀନ,ଡେନମାର୍କ,ପୋଲାଣ୍ଡ ଭଳି ଦେଶରେ ଓଧର ଲୋମ ଏବଂ ଛାଲର ଉପଯୋଗ କରାଯାଇଥାଏ ।

Leave A Reply

Your email address will not be published.