ୟୁଜରଙ୍କୁ ସୋନୁଙ୍କ ମଜାଦାର ରିପ୍ଲାଏ

0 78

ଆକ୍ଟର ସୋନୁ ସୁଦ୍ଙ୍କ ଚର୍ଚ୍ଚା ଆଜିକାଲି ସବୁଠି । ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଲକ୍ଡାଉନ୍ ସମୟରେ ଘରେ ପହଞ୍ଚାଇ ସୋନୁ ସବୁଠି ପ୍ରଶଂସିତ ହେଉଛନ୍ତି । ଏହାବାଦ୍ ସୋନୁ ସୁଦ୍ ସୋସିଆଲ୍ ମିଡିଆରେ ବି ନିଜକୁ ଖୁବ୍ ଆକ୍ଟିଭ୍ ରଖିଛନ୍ତି । ଏହି ପ୍ଲାଟ୍ଫର୍ମ ଜରିଆରେ ସେ ଲୋକଙ୍କ ସହ ଲଗାତାର ସଂପର୍କରେ ଅଛନ୍ତି । କିଛି ଲୋକ ତାଙ୍କୁ ସୋସିଆଲ୍ ମିଡିଆରେ ଲଗାତାର ସାହାଯ୍ୟ କରିବାକୁ ନିବେଦନ କରୁଥିବା ଦେଖାଯାଉଛି । ସୋନୁ ସୁଦ୍ ବି ଏମାନଙ୍କୁ ମଜାଦାର ଜବାବ ଦେଉଛନ୍ତି । ଜଣେ ୟୁଜର୍ସ ଟ୍ୱିଟ୍ରରେ ସୋନୁଙ୍କୁ ଲେଖିଛନ୍ତି କି ‘ଭାଇ, ମୋତେ ବି କେଉଁଠି ଛାଡ଼ିଦିଅ, ଗର୍ଲଫ୍ରେଣ୍ଡଙ୍କ ସହ ଯିବାର ଅଛି । ଆଣ୍ଡାମାନ୍ ନିକୋବରରେ ଛାଡ଼ିଦିଅ ଭାଇ ।’ ତେବେ ସୋନୁ ଏହା ଉପରେ ମଜାଦାର ରିପ୍ଲାଏ ବି ଦେଇଛନ୍ତି । ସେ ଲେଖିଛନ୍ତି ‘ମୋ ପାଖରେ ଏକ ଭଲ ଆଇଡିଆ ଅଛି । ମୁଁ ଚାହେଁ କି ତୁମ ଦୁଇଜଣଙ୍କୁ ନିଜ ନିଜ ପରିବାର ପାଖରେ ପଠାଇଦେବି । ସେଠାରେ ତୁମ ଦି’ଜଣଙ୍କ ଚଟାପଟ ମଙ୍ଗନ ହେବ ଓ ଯଥାଶୀଘ୍ର ବାହାଘର ବି’ । ସୋନୁ ସୁଦ୍ଙ୍କ ଏହି ଟ୍ୱିଯ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ସୂଚନାଥାଉକି ସୋନୁ ସୁଦ୍ଙ୍କୁ ସୋସିଆଲ୍ ମିଡିଆରେ ଜବରଦସ୍ତ ସମର୍ଥନ ଆଜିକାଲି ମିଳିବାରେ ଲାଗିଛି । ବହୁ ଲୋକ ତାଙ୍କୁ ଅସଲ ଜୀବନର ପ୍ରକୃତ ହିରୋ ବୋଲି ଆଖ୍ୟା ବି ଦେଉଛନ୍ତି ।

Leave A Reply

Your email address will not be published.