ସାରା ବିଶ୍ୱରେ କରୋନା ନେଲାଣି ୪ ଲକ୍ଷ ୨୩ ହଜାର ଜୀବନ

0 85

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ନେଲାଣି ୪ ଲକ୍ଷ ୨୩ ହଜାର ଜୀବନ । ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମାରାତ୍ମକ ସଂକ୍ରମଣରେ ଶୁକ୍ରବାର ସକାଳ ସାଢ଼େ ୬ଟା ମଧ୍ୟରେ ୭୫ ଲକ୍ଷ ୮୩ ହଜାର ୯୦୫ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୩୮ ଲକ୍ଷ ୩୫ ହଜାର ୧୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଲକ୍ଷ ୨୫ ହଜାର ୬୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୯୦୨ ଜଣ ଗୁରୁତର ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଅତି ଭୟଙ୍କର ରୂପ ନେଇଛି । ଏଠାରେ ୨୦ ଲକ୍ଷ ୮୯ ହଜାର ୬୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୬ ହଜାର ୩୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୮ ଲକ୍ଷ ୯୬ ହଜାର ୬୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୫୭ ହଜାର ୫୭୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୮୨୭ ଜଣ ଗୁରୁତର ଅଛନ୍ତି । ବ୍ରାଜିଲରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ୮ ଲକ୍ଷ ଓ ଋଷିଆରେ ଏହି ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି ।

Leave A Reply

Your email address will not be published.