ସୀମାରେ ସୈନ୍ୟ ଠୁଳ କଲା ଭାରତ

0 86

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମାରେ ଚୀନ ସେନାର ଗତିବିଧି ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସୀମାରେ ଏବେ ସୈନ୍ୟ ଠୁଳ କରିବାରେ ଲାଗିଛି । ଚଳିତ ମାସର ଆରମ୍ଭରୁ ଚୀନ ସେନା ଲଦାଖର ସୀମାନ୍ତରେ ପ୍ରବେଶ କରିବା ପରେ ଏହାକୁ ନେଇ ଦେଖା ଦେଇଥିଲା ଅସନ୍ତୋଷ । ଏବେ ପୁଣି ନିୟନ୍ତ୍ରଣ ରେଖାର ୩ଟି ସ୍ଥାନରେ ଚୀନ ସେନାର ଗତି ବଢିବା ପରେ ଏହା ଉପରେ ନଜର ରଖିଛି ଭାରତ । ଭାରତ ମଧ୍ୟ ସେହିପରି ଚୀନର ସୀମାନ୍ତ ରାସ୍ତା ର୍ନିମାଣ କାମକୁ ଆଗେଇବା ସହ ବିବାଦୀୟ ସୀମାନ୍ତ ସ୍ଥାନ ଗୁଡିକ ଉପରେ କଡା ନଜର ରଖିଛି । ଦୁଇ ଦେଶର ପ୍ରତିରକ୍ଷାସ୍ତରୀୟ ଆଲୋଚନା ପରେ ସ୍ଥିତିରେ କିଛି ସୁଧାର ଆସିଥିଲା । ଚୀନ ସେନାକୁ ପ୍ରାୟ ୨.୫ କିମି ପଛକୁ ଫେରାଇଥିଲା । ଏହା ପରେ ସୀମାରୁ ସୈନ୍ୟ ଅପସାରଣ କରିଥିଲା ଭାରତ । ଚୀନ ସହିତ ଭାରତର ବାସ୍ତବ ନିୟନ୍ତ୍ରଣ ରେଖାର ଲମ୍ବ ହେଉଛି ୩ ହଜାର ୪୮୮ କିଲୋମିଟର । ପଶ୍ଚିମରେ ଲଦାଖ, ମଝିରେ ଉତରାଖଣ୍ଡ – ହିମାଚଳ, ପୂର୍ବରେ ରହିଛି ସିକିମ୍, ଅରୁଣାଚଳ । ଚୀନର ପିପୁଲ ଲିବରେସନ ଆର୍ମିକୁ କଡା ଜବାବ ଦେବାକୁ ଏହି ସୀମାନ୍ତ ଉପରେ ନଜର ରଖିଛି ଭାରତ । କୌଣସି ପ୍ରକାର ଅନୁପ୍ରବେଶକୁ ବିଫଳ କରିବାକୁ ସୀମାରେ କଡା ପହରା ଦେଉଛନ୍ତି ଭାରତୀୟ ସେନା । ସେପଟେ ଲଦାଖ ସୀମା ବିବାଦ ନେଇ ଭାରତ ଓ ଚୀନ ଡିଜି ସ୍ତରୀୟ ଆଲୋଚନା ମଧ୍ୟ ·ଲିଛି । ଦୁଇ ଦେଶର ପ୍ରତିରକ୍ଷା ଅଧିକାରୀ ଏହି ଆଲୋଚନାରେ କରୁଛନ୍ତି ।

Leave A Reply

Your email address will not be published.