ଅକ୍ଟୋବର ସୁଦ୍ଧା ଆମେରିକାରେ ୧.୭୦ ଲକ୍ଷ ଲୋକଙ୍କ କରୋନାଜନିତ ମୃତ୍ୟୁ ହୋଇପାରେ

0 64

ୱାଶିଂଟନ : ଆମେରିକାରେ କରୋନା ଭାଇରସ୍ ତା’ର ତାଣ୍ଡବ ରଚିଚାଲିଛି । ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ ଅକ୍ଟୋବର ସୁଦ୍ଧା ଆମେରିକାରେ କରୋନା ଜୀବାଣୁରେ ୧ ଲକ୍ଷ ୭୦ ହଜାର ଲୋକଙ୍କର ମୃତ୍ୟୁ ହେବ । ନିକଟ ଅତୀତରେ ଆମେରିକାର ଅନେକ ରାଜ୍ୟରେ କରୋନା ଭାଇରସ ମାମଲାରେ ଦୃତଗତିରେ ବୃଦ୍ଧି ପାଉଛି । ବିଶେଷଜ୍ଞମାନେ ଏହାକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ କର୍ତ୍ତୃପକ୍ଷ ନିୟମ କୋହଳ କରିବାରେ ଅନେକ ତତ୍ପରତା ପ୍ରକାଶ କରିଦେଲେ ।କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକଗୁଡିକୁ କୋହଳ କରାଯିବା ପରେ ଆମେରିକାରେ ନୂଆ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୦ ଲକ୍ଷକୁ ବଢିଯିବ । ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ର ନିର୍ଦ୍ଦେଶକ ଡକ୍ଟର ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି ଯେ ଆମେ ଆକଳନ କରୁଛୁ ଯେ ଅକ୍ଟୋବର ୧ ସୁଦ୍ଧା କରୋନା ଜୀବାଣୁ ଆମେରିକାର ୧.୭୦,୦୦୦ ଲୋକଙ୍କୁ ହତ୍ୟା କରିପାରେ । ସେତେବେଳକୁ କରୋନାରେ ମୃତ୍ୟୁ ସଂଖ୍ୟା ୧,୩୩,୦୦୦ ରୁ ୨,୯୦,୦୦୦ ମଧ୍ୟରେ ହୋଇପାରେ । ଡକ୍ଟର ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି ଯେ ସେପ୍ଟେମ୍ବରରେ ଶୀତ ଋତୁ ଆରମ୍ଭ ହେତୁ ଆମର ମୃତ୍ୟୁହାରରେ ଏକ ବଡ଼ ବୃଦ୍ଧି ଦେଖାଯିବ । ସେହିଭଳି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ଦ୍ୱାରା ହୋଇଥିବା ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ଆମେରିକାର ନ୍ୟୁ ମେକ୍ସିକୋ, ୟୁଟୋ ଏବଂ ଆରିଜୋନାରେ ରବିବାର ଦିନ କରୋନା ମାମଲାରେ ୪୦% ବୃଦ୍ଧି ଘଟିଛି । ଏହା ସହ ଫ୍ଲୋରିଡା ଏବଂ ଆରକାନାସ୍ ରାଜ୍ୟରେ ବର୍ତ୍ତମାନ ମଧ୍ୟ କରୋନାର ହଟସ୍ପଟ ମାନ୍ୟତା ଜାରି ରହିଛି । ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଆମେରିକାର ଜାତୀୟ ସ୍ତରରେ ନୂତନ ସଂକ୍ରମଣର ଘଟଣା ଅଳ୍ପ ସମୟ ପରେ ହ୍ରାସ ପାଉଛି, ଯାହା ବର୍ତ୍ତମାନ ୨୦,୦୩,୦୩୮ ରହିଛି । ବୁଧବାର ସୁଦ୍ଧା, ଆମେରିକାରେ କରୋନାରେ ୧,୧୨,୭୫୪ ଜଣଙ୍କର ମୃତ୍ୟୁ ହୋଇଛି, ଯାହାକି ବିଶ୍ୱରେ ସର୍ବାଧିକ ।

Leave A Reply

Your email address will not be published.