ଶଶୀ ଥରୁରଙ୍କୁ ଅନୁପମ୍ ଖେରଙ୍କ ଦୃଢ଼ ଜବାବ

ସରପଞ୍ଚ ଅଜୟ ପଣ୍ଡିତଙ୍କ ହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କାଶ୍ମୀର ପଣ୍ଡିତଙ୍କୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗଠାରେ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଥିଲେ । ତେବେ ଏହି ହତ୍ୟାକାଣ୍ଡକୁ କଂଗ୍ରେସ ନେତା ଶଶୀ ଥରୁର୍ ଭିନ୍ନ ରୂପ ଦେଇଛନ୍ତି । ଏହାକୁ ନେଇ ବଲିଉଡ୍ ଆକ୍ଟର ଅନୁପମ୍ ଖେର ଶଶୀ ଥରୁର୍ଙ୍କୁ ସମାଲୋଚନା କରିଛନ୍ତି । ସୂଚନାଥାଉକି କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ଶଶୀ ଥରୁର୍ ଯାହା ଟ୍ୱିଟ୍ କରିଥିଲେ ସେଥିରେ ସେ ଲେଖିଥିଲେ କି ଧର୍ମନିରପେକ୍ଷତା ଓ ଲୋକତନ୍ତ୍ର ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଲୋକମାନଙ୍କୁ କାଶ୍ମୀର ଠୁ କେରଳ ପର୍ଯ୍ୟନ୍ତ ହତ୍ୟା କରାଯାଉଛି । ତାଙ୍କ ମେସେଜ୍ରୁ ଲାଗୁଥିଲା କି ଆଇଡିଆ ଅଫ୍ ଭାରତର ସମସ୍ତେ ଶତ୍ରୁ ଅଟନ୍ତି । କାରଣ ଅଜୟ ପଣ୍ଡିତ କଂଗ୍ରେସ ପାର୍ଟିରେ ସାମିଲ ଥିଲେ । ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଶଶୀ ଥରୁର୍ ତାଙ୍କ ଟ୍ୱିଟ୍ରେ ଦର୍ଶାଇଥିଲେ । ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଅଭିନେତା ଅନୁପମ୍ ଖେର ଶଶୀ ଥରୁର୍ଙ୍କୁ ସମାଲୋଚନା କରିଛନ୍ତି । ଅନୁପମ୍ ଖେର ଶଶୀ ଥରୁର୍ଙ୍କୁ ଜବାବ ଦେଇ ଲେଖିଛନ୍ତି କି ‘ପ୍ରିୟ ଶଶୀ ଥରୁର୍, ଆପଣ ଜଣେ ଶିକ୍ଷିତ ମଣିଷ, କିନ୍ତୁ ଆପଣଙ୍କ ଚିନ୍ତାଧାରା କାହିଁକି ଏମିତି ହୋଇଛି? ବର୍ତ୍ତମାନ ସମୟରେ ଯେତେବେଳେ ଜଣେ ଆତଙ୍କବାଦୀ କୌଣସି ବି ବ୍ୟକ୍ତିକୁ କାଶ୍ମୀର ଅବା କନ୍ୟାକୁମାରୀରେ ହତ୍ୟା କରୁଛି ସେ ବ୍ୟକ୍ତିଜଣକ କୌଣସି ପାର୍ଟିର ନୁହଁନ୍ତି ବରଂ ଜଣେ ଭାରତୀୟ । କୌଣସି ବି କଥାକୁ ବୁଲାଇ ବଙ୍କାଇ କହିବାର ମାନେ କ’ଣ?’ ଏହା ପୂର୍ବରୁ ଅଜୟ ପଣ୍ଡିତଙ୍କ ହତ୍ୟାକୁ ନେଇ ଅନୁପମ୍ ଖେର ଗଭୀର ଶୋକବ୍ୟକ୍ତ କରିବା ସହ ଏକ ଭିଡିଓ ସେୟାର କରିଥିଲେ । ଏହି ବର୍ବରୋଚିତ ହତ୍ୟାରେ ଲୋକଙ୍କ ନୀରବତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଭିଡିଓ ସେୟାର କରିବା ସହ ଏହାର କ୍ୟାପସନ୍ରେ ଅନୁପମ୍ ଲେଖିଥିଲେ କି ଏଭଳି ଘଟଣା ମୋତେ ଯେତିକି ଦୁଃଖ ଦେଉଛି ମନରେ ସେତିକି କ୍ରୋଧ ବି ଜାତ ହେଉଛି । କାଶ୍ମୀର ପଣ୍ଡିତଙ୍କ ପାଇଁ ମୋର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । କିନ୍ତୁ ଯେଉଁ ଲୋକମାନେ ଛାତିପିଟି କାନ୍ଦିଥାନ୍ତି ସେମାନେ ଏହି ଘଟଣା ପରେ ଏବେ ଚୁପ୍ ହୋଇ ରହିିବା ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଛି । କେହି ବି ସ୍ୱର ଉଠାଉନାହାନ୍ତି ।

Leave a Reply

Your email address will not be published. Required fields are marked *