ପୋଲିସ୍ ଘରେ କଳାକନା ବୁଲାଇଲେ ଲୁଟେରା

0 75

ପୁରୀ, ଡୁମାଣୀଖବର : ରାତିରେ ପୋଲିସ ଘରେ ପଶି କଳାକନା ବୁଲାଇଛନ୍ତି ଲୁଟେରା । ଏଭଳି ଘଟଣା ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ କ୍କାକ ରୋଡରେ ଘଟିଛି । ଏନେଇ କୁମ୍ଭାରପଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ପରିବାର ପୋଲିସ୍ କ୍ୱାର୍ଟର୍ସରେ ନଥିଲେ । ଲକ୍ଡାଉନ ପାଇଁ ସୁଜିତଙ୍କ ପରିବାର କାକଟପୁରରେ ରହୁଥିଲେ । ଏହି ସମୟରେ ତିନିରୁ ·ରି ସିନ୍ଧି ଚୋର ଗତକାଲି ବିଳମ୍ବିତ ରାତିରେ କ୍କାକ ରୋଡରେ ଥିବା ସୁଜିତଙ୍କ କ୍ୱାର୍ଟର୍ସରେ ପଶିଥିଲେ । ଆଲମାରୀ ଭାଙ୍ଗି ସୁନାଗହଣା ସହ ୧୦ ହଜାରୁ ଊଦ୍ଧ୍ୱର୍ ଟଙ୍କା ଲୁଟି ନେଇଥିଲେ । ଏନେଇ କୁମ୍ଭାରପଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ଡଗ୍ ସ୍କ୍୍ୱାଡ, ଓ ସାଇଣ୍ଟିଫିକ୍ ସ୍କ୍ୱାଡ ଘଟଣାର ତଦନ୍ତ କରୁଛନ୍ତି । ଏହାସହ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି କୁମ୍ଭାରପଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.