କାରସହ ୨୪୦ ବୋତଲ ବିଦେଶୀ ମଦ ଓ ୫.୩୦ ଲକ୍ଷ ଜବତ : ୨ ମଦ ବେପାରୀ ଗିରଫ

0 76

ଢେଙ୍କାନାଳ, ଡୁମାଣୀଖବର : : ଲକଡାଉନ ଯୋଗୁ ସରକାର ମଦ ବିକ୍ରୟ ଉପରେ କିଛିଟା କଟକଣା ଲାଗୁ କରିଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟବସାୟୀ ସରକାରୀ ନିୟମକୁ ଜଳାଂଜଳି ଦେଇ ଚୋରାରେ ମଦ ବିକିବାକୁ ପଛାଉ ନାହାନ୍ତି ।ପୂର୍ବରୁ ଅନୁଗୁଳ ସହରର କରଡାଗାଡିଆ ଅଂଚଳର ଜନୈକ ବହୁ ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ ସାହୁ ଚୋରାରେ ମଦ ବିକ୍ରି କରି ପୋଲିସ୍ ହାତରେ ଧରାପଡି ଏବେ ଜେଲ ହାଜତରେ ସଢୁଛନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ଥାନା ଅଂଚଳରେ । ଅନୁଗୁଳ ଜିଲ୍ଲାର ଏଫସିଆଇ ଅଂଚଳରେ ଥିବା ଠିପିବନ୍ଦ ଦୋକାନର ୨ କର୍ମଚାରୀ ପୋଲିସ ହାତରେ ଗିରଫ ହୋଇଥିବାର ଜଣାଯାଇଛି । ସବୁ ଅସଲି ଥାଇ ବି ଗିରଫ ହେଲେ ଦୁଇ ବେପାରୀ । ମଦ ଅସଲି ଟଙ୍କା ବି ଅସଲି ମଦ ଓ ଟଙ୍କା ଥିବା ଇଣ୍ଡିିକା କାର ବି ଅସଲି ।ସେଥିରେ ବସିଥିବା ଦୁଇ ବ୍ୟକ୍ତି ବି ଅସଲି ସରକାରୀ ମଦ ଦୋକାନର ଅସଲି କର୍ମଚାରୀ ।ତଥାପି ତାଙ୍କ କାରବାର ଥିଲା ନକଲି । ଶୁକ୍ରବାର ଦିନ ବଡି ଭୋର ସମୟରେ ପରଜଙ୍ଗ ପୋଲିସ୍ ରାତ୍ରି କାଳୀନ ବ୍ଳକିଂ କରୁଥିଲେ ।ଗୋଟିଏ ଇଣ୍ଡିକା କାର ନଂ.ଓଆର ୧୯ପି ୩୭୮୩ରୁ ଓହ୍ଲାଇ ଜଣେ ଯୁବକ ଦୌଡିବାକୁ ଲାଗିଥିଲେ ବି ସଫଳ ହୋଇନଥିଲେ । କ।।ବୁ କରିନେଇଥିଲେ ପୋଲିସ । ଗାଡି ତନଖି ପରେ ଜଣାପଡିଥିଲା ଏହି ଗାଡିରେ ୨୪୦ଟି ଅସଲି ବ୍ରାଣ୍ଡର ମଦ ବୋତଲ ଯାହାର ଆନୁମାନିକ ଓଜନ ୫୨ ଲିଟର ହେବ । ଏହି କାରରେ ୫ ଲକ୍ଷ ୩୦ ହଜାର ଟଙ୍କା ଏକ ବ୍ୟାକ ସହ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଡି ଚଳାଉଥିବା ବ୍ୟକ୍ତି ଜଣକ ଅନୁଗୁଳ ଜିଲ୍ଲା ଏଫସିଆଇ ମୁଣ୍ଡା ବଜାର ଠାରେ ଥିବା ଠିପି ବନ୍ଦ ମଦ ଦୋକାନର ସେଲସ୍ମ୍ୟାନ ଭକ୍ତ ମହେଶ୍ୱର ଦାସ ।କାରରେ ଥିବା ଅନ୍ୟବ ବ୍ୟକ୍ତି ଜଣଙ୍କ କାମାକ୍ଷାନଗର ଥାନା ମୁକ୍ତାପଶି ଓ ଅନୁଗୁଳ ଜିଲ୍ଲାର ଏଫସିଆଇ ମୁଣ୍ଡା ବଜାର ଠାରେ ଥିବା ଠିପି ବନ୍ଦ ମଦଦୋକାନର ଶାଖା ପରିଚାଳକ ବଂଶୀଧର ଦେହୁରୀ । ସବୁ ଠିକ୍ ଯେ ଶାଖା ପରିଚାଳକ ଓ ସେଲସମ୍ୟାନ ୨ଜଣ ଯାକ ୫ ଲକ୍ଷ ୩୦ ହଜାର ଟଙ୍କାର ହିସାବ ଦେଇପାରି ନଥିଲେ ଅସଲି ମଦ ବେପାର ନାମରେ ନକଲି ବେପାର କରୁଥିବା ଦୁଇ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଥିବାର ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.