ବିରାଶାଳ ଏୟାରଷ୍ଟ୍ରିପରେ ଦୁର୍ଘଟଣାଗସ୍ତ ବିମାନଟି ୩୫ ବର୍ଷର ପୁରୁଣା

0 71

ଢେଙ୍କାନାଳ, ଡୁମାଣୀଖବର :ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ ପ୍ରଶିକ୍ଷଣ ବେଳେ ଦୁର୍ଘଟଣାଗସ୍ତ ହୋଇଥିବା ବିମାନଟି ୩୫ ବର୍ଷର ପୁରୁଣା ବିମାନ ହୋଇଥିବାବେଳେ ଏହାକୁ ବାରମ୍ବାର ସଜଡ଼ାଯାଇ ତାଲିମ ଦିଆଯାଉଥିଲା ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ସିଟ୍ ବିଶିଷ୍ଟ ବିମାନ (ସେସ୍ନା ୧୫୨) ୧୯୮୫ ମଡେଲ ଏବଂ ୩୫ ବର୍ଷର ପୁରଣା ବୋଲି ଜଣାପଡିଛି । ବିମାନରେ ଅନେକ ତ୍ରୁଟି ରହିଥିଲେ ହେଁ ତାକୁ ବାରମ୍ବାର ସଜଡା ଯାଇ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରାଯାଉଥିଲା । ବିମାନଟି ଦୁର୍ଘଟଣାଗସ୍ତ ହେବାପରେ ପ୍ରଶିକ୍ଷଣ ଦେଉଥିବା ପାଇଲଟଙ୍କ ସମେତ ପ୍ରଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିଲା । ନୂତନ ଭାବେ ଗଢ଼ିଉଠିଥିବା ବିରାଶାଳ ଏୟାରଷ୍ଟ୍ରିପକୁ ନେଇ ଢେଙ୍କାନାଳବାସୀ ଆନନ୍ଦିତ ଥିବାବେଳେ ଏହି ଦୁର୍ଘଟଣା ସେମାନଙ୍କୁ ହତାଶ କରିଥିଲା । ସରକାରୀ ବିମାନ ଉଡ଼ାଣ କେନ୍ଦ୍ରରେ ଗତି ଟ୍ରେନିଂ ଇନଷ୍ଟିଚ୍ୟୁଟ ପ୍ରଶିକ୍ଷଣ ଦେବାପାଇଁ ଅନୁମତି ନେଇ ପ୍ରଶିକ୍ଷଣ ଦେଉଥିଲେ । ଏହି ପ୍ରଶିକ୍ଷଣ ବେଳେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏୟାରଷ୍ଟ୍ରିପ ପକ୍ଷରୁ ନିଜସ୍ୱ ଆମ୍ବୁଲାନ୍ସ ଓ ଅଗ୍ନିନିର୍ବିାପାକ ବ୍ୟବସ୍ଥା ନଥିଲା । ତେବେ ଦୁଇଦିନ ଧରି ଡିଜିସିଏ ଦିଲ୍ଲୀର ଡେପୁଟି ଡାଇରେକ୍ଟର ଯଶବୀର ସିଂ ଲାର୍ଘା ଓ ଏୟାର ସେଫ୍ଟି ଅଫିସର ଦୀନେଶ କୁମାର ଓଡିଶା ବେସାମରିକ ବିମାନ ବିଭାଗର ଅଧିକାରୀଙ୍କ ସହ ଏୟାରଷ୍ଟ୍ରିପ୍ ପରିସରରେ ପହଂଚି ଯାଂଚ କରିଥିଲେହେଁ ଏସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ଏକ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ଖବରରୁ ବିମାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.