ରାଜଧାନୀରେ ପାଳନ ହେବନି ରଜ

0 82

ଭୁବନେଶ୍ୱର, : ରାଜଧାନୀରେ ପାଳନ ହେବନି ରଜ ପର୍ବ । କୌଣସି ସ୍ଥାନରେ ରଜ ପର୍ବ ପାଳନ ପାଇଁ ଗୋଷ୍ଠି ସମୂହ ଏକାଠି ହୋଇପାରିବେ ନାହିଁ । କୌଣସି ସ୍ଥାନରେ ରଜ ଦୋଳି ଲାଗିବ ନାହିଁ କିମ୍ବା ତାସ ଖେଳ, ବାଗୁଡ଼ି ଖେଳ ହେବ ନାହିଁ । କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ବିଏମ୍ସି ପକ୍ଷରୁ ଏହି ସମସ୍ତ କାଯର୍ୟରେ କଟକଣା ଲାଗିଛି ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ।
ଏକ ପ୍ରେସ୍ ଇସ୍ତାହାରରେ କମିଶନର ଚୌଧାରୀ କହିଛନ୍ତି, ସମସ୍ତ ଦୋକାନ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନ ବିଏମ୍ସି ଦ୍ୱାରା ଦିଆଯାଇଥିବା ଏସ୍ଓପିକୁ ମାନିବାକୁ ବାଧ୍ୟ । ଯଦି କୌଣସି ଦୋକାନୀ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନ ଯଦି ନିୟମ ଖିଲାପ କରୁଥିବାର ନଜରକୁ ଆସେ ତାହେଲେ ଆପାତକାଳୀନ ସ୍ଥିତିରେ ତାକୁ ସିଲ୍ କରାଯିବ । ଆବଶ୍ୟକ ସ୍ଥଳେ ତାର ଟ୍ରେଡ୍ ଲାଇସେନ୍ସକୁ ବ୍ୟାଜ୍ୟାପ୍ତ କରାଯିବ । ଗ୍ରାହକମାନଙ୍କୁ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟରେ ସାମାଜିକ ଦୂରତ୍ୱ ମାନିବାକୁ ପଡ଼ିବ ଓ ଏନେଇ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧ୍ୟାନ ରଖିବାକୁ ପଡ଼ିବ । ଯଦି ଆଗାମୀ ଦିନରେ କେହି ବି ଏହି ନିୟମକୁ ଅବମାନନା କରୁଥିବାର ନଜରକୁ ଆସେ ତେବେ ଉକ୍ତ ଦୋକାନୀଙ୍କ ଉପରେ ଦୃଢ଼ କାଯର୍ୟାନୁଷ୍ଠାନ ଗ୍ରହଣ କରିବା ସଦୃଶ ତାଙ୍କ ପ୍ରତି ବିଏମ୍ସି ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ ନିର୍ଣ୍ଣୟ କରିବ ।
ସେହିପରି ଯଦି କେହି ଜନସାଧାରଣ ବିନା ମାସ୍କରେ ଦୋକାନ ବଜାରରେ ବୁଲୁଥିବାର ନଜରକୁ ଆସେ ତାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଜରିମାନା ତାଙ୍କଠାରୁ ଆଦାୟ କରାଯିବ । ଏହା ବ୍ୟତୀତ କେହି ବି ବ୍ୟବସାୟୀ ଯଦି ବିନା ମାସ୍କଧାରୀଙ୍କୁ ବ୍ୟବସାୟୀକ ପତିଷ୍ଠାନ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଏ ତେବେ ତାଙ୍କ ପ୍ରତି ମଧ୍ୟ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍ସି କମିଶନର ଚୌଧାରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, ରଜ ପାଇଁ ଭୁବନେଶ୍ୱରର ବହୁ ହାଟ ବଜାରରେ ଭିଡ଼ ପରିଲିକ୍ଷିତ ହୋଇଥିଲା । ସାମାଜିକ ଦୂରତ୍ୱ ବଜାୟ ନ ରଖିବାରୁ ବିଏମ୍ସି ସହରର ବିଭିନ୍ନ ସ୍ଥାନରେ ଥିବା ହାଟ ବଜାର ସହ ବଡ଼ ଓ ଛୋଟ୍ ଦୋକନ ସିଲ୍ କରିବା ଆରମ୍ଭ କରିଥିଲା । ଗତ ଦୁଇ ଦିନ ମଧ୍ୟରେ ସହରରେ ପ୍ରାୟ ୪୦ରୁ ଊଦ୍ଧ୍ୱର୍ ଦୋକାନ ସହ ୟୁନିଟ୍ ୧ ମାର୍କେଟ୍ ଓ ୟୁନିଟ୍ ୨ ମାର୍କେଟ କମ୍ପେକ୍ସ ସିଲ୍ ହୋଇଛି । ନିୟମ ଖିଲାପ କରୁଥିବାରୁ ବିଏମ୍ସି ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ରଜ ପାଳନ ନ କରିବାକୁ ନିର୍ଦ୍ଦେଶ ଆସିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଦିନକୁ ଦିନ ଭୁବନେଶ୍ୱରରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳୁଛି । ବିଶେଷ କରି ଏବେ ରଜ ପର୍ବ ଥିବାରୁ ହାଟ, ବଜାରରେ ଲୋକମାନେ ଭିଡ଼ ଳଗାଉଛନ୍ତି । ବିଏମ୍ସି କ ର୍ୃପକ୍ଷ ଭିଡ଼ ନିୟନ୍ତ୍ରଣ କରିବା ସହ ଗହଳି ସ୍ଥାନକୁ ନ ଯିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଆସୁଥିଲେ ମଧ୍ୟ ଲୋକମାନେ ଏହାକୁ ଉଲଂଘନ କରୁଥିବା ନଜରକୁ ଆସୁଛି । ଏପରିକି ଭୁବନେଶ୍ୱରର ବ୍ୟବସାୟୀମାନେ ମଧ୍ୟ ବେପାର ପାଇଁ ବ ର୍ମାନ ସମୟରେ କିଛି ନିୟମକାନୁନ ମାନୁନାହାଁନ୍ତି । ତେଣୁ ବିଏମ୍ସି ଭୁବନେଶ୍ୱରରେ ରଜ ପାଳନ ବନ୍ଦ କରିଛି ।

Leave A Reply

Your email address will not be published.