ମାସ୍କ ପିନ୍ଧି ବିବାହ କଲେ ଦୁଇ ଏଏସ୍ଓ

0 87

ଭୁବନେଶ୍ୱର : ଓଡ଼ିଶାରେ ସାମାଜିକ ଦୂରତା ବଜାୟୀ ନ ରଖିବା ଅଭିଯୋଗରେ ଲୋକମାନଙ୍କ ଠାରୁ ଏକ କୋଟି ୨୫ ଲ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଏହାଛଡା ବିବାହ ପାଇଁ ୫୦ ଜଣରୁ ଅିକ ଲୋକେ ଏକାଠୀ ହୋଇପାରିବେନି ବୋଲି ନିୟମ ରହିଥିଲେ ମ୍ଧ୍ୟ ଲୋକେ ମାନୁ ନ ଥିବା ଦେଖିବାକୁ ମିଳୁଛି । ନିକଟରେ ବର ପକ୍ଷ ସାମାଜିକ ଦୂରତା ରଖି ବିବାହ କରିବାକୁ ଯାଉଥିବା ବେଳେ ପୋଲିସ ବରକୁ ଉଠାଇ ଆଣିଥିଲା । ଏପରି ସ୍ଥଳେ ଦୁଇ ସରକାରୀ ଚାକିରିଆ କୋଭିଡ୍-୧୯ର ସମସ୍ତ ନିୟମକୁ ପାଳନ କରି ବିବାହ କରିବା ସହ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏପରିକି ବିଏମ୍ସି ପକ୍ଷରୁ ଏକ ଭୁଲ ବିବାହ ଉତ୍ସବରେ ଯାଞ୍ଚ କରିବାକୁ ଯାଇଥିବା ବେଳେ ଲୋକମାନଙ୍କ ସାମାଜିକ ଦୂରତା ଦେଖି ପ୍ରସଂଶା କରିଥିଲେ । ଏପରିକି ବର ଓ କନ୍ୟା ଉଭୟ ବିବାହ ମଣ୍ଡପରେ ମାସ୍କ ପିନ୍ଧି ବସିଥିବାରେ ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲାର ଦେବବ୍ରତ ମହାନ୍ତି ଭଦ୍ରକ ଜିଲାର ଅନୀତା ଜେନା ଉଭୟ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର(ଏଏସ୍ଓ) ଭାବେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱରର ରହୁନ୍ତି । ଗତ ମାର୍ଚ୍ଚ ମାସରେ ଉଭୟଙ୍କର ନିର୍ବନ୍ଦ ହୋଇଥିଲେ ମଧ୍ୟ କରୋନା ପାଇଁ ବିବାହ ବିଳମ୍ବ ହୋଇଥିଲା । ପରେ ଉଭୟ ପରିବାରର ନିଷ୍ପତ୍ି କ୍ରମେ ଶୁକ୍ରବାର ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ବିବାହ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.