ନୂଆ ଅବତାରରେ ଆଇଟମ ଗାର୍ଲ ରାଣୀ ପଣ୍ଡା

0 94

ଭୁବନେଶ୍ୱର : ପୁଣି ଆଇଟମ୍ ଗାର୍ଲ ରାଣୀ ପଣ୍ଡା ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରାଣୀ ଭଜନ ଗାଉଥିବା ଦେଖିବାକୁ ମିଳିଛି ।ଏହି ଗୀତଟି ଅନଲାଇନରେ ରିଲିଜ୍ ହୋଇଛି । ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ଅନେକ ୟୁଜର ପସନ୍ଦ ମଧ୍ୟ କରିଛନ୍ତି ।
ଅନେକ ବିବାଦ ଘେରରେ ରହୁଥିବା ରାଣୀ ଜୀବନରେ ଅନେକ ଝଡଝଞ୍ଜାକୁ ସାମ୍ନା କରିଛନ୍ତି । ବହୁ ଘାତ ପ୍ରତିଘାତକୁ ପଛରେ ପକାଇ ସେ ନିଜର ଏକ ସ୍ୱ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏକ ସାକ୍ଷାତକାରରେ କହିଥିଲେ ଯେ, ଆଗକୁ ଏକ ବ୍ଲକ ବ୍ଲଷ୍ଟର ନାଟକରେ ଭିନ୍ନ ଏକ ରୂପରେ ନଜର ଆସିବେ । ଆଶା ଅନେକ । ରାସ୍ତା ବି ଲମ୍ବା । ରାସ୍ତାର ଘାତ ପ୍ରତିଘାତ ବାଧା ବନ୍ଧନ କେତ କଅଣ ଅଛି । ସେ ସବୁକୁ ସାମ୍ନା କରି ସେ ଆଗକୁ ବଢିବା ପାଇଁ ·ହାନ୍ତି । ହେଲେ ରାଣୀଙ୍କର ଭଜନ ନିଶ୍ଟୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ଭଜନରେ ନିଜ ଜୀବନର କେତକ ଘଟଣାକୁ ସେ ଉପସ୍ଥାପିତ କରିଛନ୍ତି । ଦେଖାଯାଉ ଏହା ଦର୍ଶକଙ୍କୁ କେତେ ଭଲ ଲାଗୁଛି ।

Leave A Reply

Your email address will not be published.