ସାଲିଆ ସାହିରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା

0 77

ଭୁବନେଶ୍ୱର : ବିଏମ୍ସିର ଖାମଖିଆଲ ନିତି ଯୋଗୁ ଭୁବନେଶ୍ୱରରେ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ସାଲିଆ ସାହିରେ କ୍ୱାରେ ।ଇନରେ ଥିବା ୪୪ ପରିବାର ଲୋକ ଏବେ ଖୁଲମଖୁଲା ବଜାରରେ ବୁଲୁଥିବା ଦେଖିବାକୁ ମିଳିଛି । ସ।।ରଣ ଲୋକଙ୍କ ଭଳି ସେମାନେ ମଦ୍ୟ ଜୀବନଯାପନ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରି ସ୍ଥଳେ ସେମାନଙ୍କ ମ୍ୟରୁ ଯଦି କେହି ଜଣେ ପଜିଟିଭ୍ ଚିହ୍ନଟ ହୁଏ. ତେବେ ତାହା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି କହିଲେ ଭୁଲ ହେବ ନାହିଁ । ଏପରି ସ୍ଥଳେ ବିଏମ୍ସି ଅଫିସରମାନେ ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି ।
ଗତ କିଛି ଦିନ ପୂର୍ବରୁ ସାଲିଆ ସାହିରୁ ଚିହ୍ନଟ ପଜିଟିଭ୍ ମହିଳାଙ୍କ ସଂଶ୍ପର୍ଷରେ ଆସିଥିବା ୪୪ ଜଣଙ୍କୁ ହୋମ୍ କ୍ୱାରା ।ଇନ୍ କରିବା ପରେ ବିଏମ୍ସି ଅଚିନ୍ତାରେ ରହିଥିବାବେଳେ କ୍ୱାରା ।ଇନ୍ରେ ରହୁଥିବା ବ୍ୟକ୍ତିମାନେ ନିୟମଖିଲାପ କରି ହାଟ ବଜାରରେ ବୁଲୁଛନ୍ତି । ବିଏମ୍ସି ଉ ର ଜୋନ୍ର ଜୋନାଲ ଅଧିକାରୀଙ୍କୁ ତାଙ୍କ ତଦାରଖ କରିବା ଦାୟିତ୍ୱ ଦିଆଯାଇଥିବାବେଳେ ଜୋନ୍ କ ର୍ୃପକ୍ଷଙ୍କ ବେପରୁଆ ଓ ମନମାନୀ କାଯର୍ୟକଳାପ ପାଇଁ ଆଗାମୀ ଦିନରେ ଭୁବନେଶ୍ୱର ଅ ଳରେ ଗୋଷ୍ଠି ସଂକ୍ରମଣ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି ।
ସାଲିଆସାହିରେ ରହୁଥିବା ରଘୁରଞ୍ଜନ ବାରିକ କହିଛନ୍ତି, ବିଏମ୍ସି ଉକ୍ତ ଲୋକଙ୍କୁ କ୍ୱାରା ।ଇନ୍ରେ ରଖି ଦେଇ ଚୁପ୍ ହୋଇ ବସିଛି । ସମ୍ପୃକ୍ତ ଲୋକମାନେ ଏହି ମଧ୍ୟରେ ଆଇଡି ମାର୍କେଟ୍ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନ ବୁଳିଛନ୍ତି । ଏପରିକି ସେମାନେ ଘରେ କମ୍ ବରଂ ବାହାରେ ଅଧିକ ରହୁଛନ୍ତି । ନା ସେମାନଙ୍କ ନମୁନା ପରିକ୍ଷଣ ହେଉଛି, ନାହିଁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ବସ୍ତିରୁ ସଂକ୍ରମଣ ବ୍ୟାପିଲେ ସ୍ଥିତି ଅଣାୟ ହେବ ବୋଲି ବିଏମ୍ସି ଅଧିକାରୀ ଭଲଭାବେ ଜାଣିଛନ୍ତି । ତା ସେ ୍ୱ ମଧ୍ୟ ସେମାନେ ସବୁ ଜାଣି ଆଖି ବନ୍ଦ କରି ଦେଇଥିବା ନଜରକୁ ଆସୁଛି ବୋଲି ସେ କହୁଛନ୍ତି ।
ଶ୍ରମିକନେତା ଅଞ୍ଜନ ନାଥ କହିଛନ୍ତି, ବିଏମ୍ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ସାଲିଆସାହି ଅ ଳରେ ବିଶୋଧନ ପ୍ରକ୍ରିୟା କରାଗଲା, ହେଲେ କେବଳ ମୁଖ୍ୟ ରାସ୍ତାରେ । ବସ୍ତି ଅ ଳରେ ବହୁ ଗଳି ରାସ୍ତା ଥିଲେ ମଧ୍ୟ ତାକୁ ବତଶୋଧନ କରାଗଲା ନାହିଁ । କିଛି ସ୍ଥାନୀୟ ଯୁବକଙ୍କ ସହଯୋଗରେ ସାଲିଆସାହିକୁ ବିଶୋଧନ କରାଗଲା । ଏହାପରେ ଚିହ୍ନଟ ପଜିଟିଭ୍ଙ୍କ ସଂଶ୍ପର୍ଷରେ ଆସିଥିବା ୪୪ ଜଣଙ୍କୁ କ୍ୱାରା ।ଇନ୍ରେ ରଖାଗଲା, ହେଲେ ସେମାନେ ଏବେ ନିୟମ ଉଲଂଘନ କରି ବାହାରେ ବୁଲୁଛନ୍ତି । ଫଳରେ ଏବେ ସ୍ଥାନୀୟ ଅ ଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖା ଦେଇଥିବା ସେ କହିଛନ୍ତି । ତେବେ ଘଟଣା ବିଷୟରେ ଜାଣିବା ପରେ ବିଏମ୍ସି କମିଶନର ପ୍ରେମ୍ଚନ୍ଦ୍ର ଚୌଧାରୀ ଏନେଇ ତଦାରଖ କରିବାକୁ ନିଦେର୍ଦଶ ଦେଇଥିବାବେଳେ ତଦାରଖ ଦାୟିତ୍ୱରେ ଥିବା ଉ ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Leave A Reply

Your email address will not be published.