ଫୋନ, ୱାଟ୍ସଆପରେ ହେବ ସ୍କୁଲରେ ନାମ ଲେଖା

0 77

ଭୁବନେଶ୍ୱର : ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକଙ୍କୁ ସ୍କୁଲକୁ ଆସି ନାମ ଲେଖା ପଦ୍ଧତି ପୂରଣ କରିବାର ଆବଶ୍ୟକତା ନାହିଁ । ଫୋନ ବା ୱାଟ୍ସଆପରେ ଏହି ପ୍ରିକ୍ରିୟା ସମ୍ପାଦନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ସ୍କୁଲ, ମାଦ୍ରାସା, ସାଂସ୍କୃିଟ ଟୋଲ, ବିଏସଇ ଓ ସିଏଚଏସଇ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଡମିଶନ ଜୁନ ଆଠରୁ ଜୁଲାଇ ୧୫ ମଧ୍ୟରେ ଶେଷ କରିବାକୁ ଘୋଷଣା କରାଯାଇଥିଲା ।
ଏହା ବ୍ୟତୀତ ଶ୍ରେଣୀ ଉତ୍ତୀର୍ଣ୍ଣ ମାମଲାରେ ସମ୍ପୃକ୍ତ ଅନୁଷ୍ଠ।।ନ ଏହି କାର୍ଯ୍ୟ ସମ୍ପାଦନ କରିବେ । ଅନ୍ୟ ସ୍କୁଲକୁ ଉତ୍ତୀର୍ଣ୍ଣ ମାମଲାରେ ସାମ୍ପ୍ରତିକ ସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରଛାତ୍ରୀଙ୍କ ତାଲିକା, ସେମାନଙ୍କ ଅଭିଭାବକଙ୍କ ନମ୍ବର ଇମେଲ ବା ହ୍ୱାଟ୍ସଆପରେ ନିକଟବର୍ତ୍ତୀ ଉନ୍ନିତ ବିଦ୍ୟାଳୟକୁ ପଠାଇବେ । ଯେଉଁ ସ୍କୁଲରେ ନାମଲେଖା ହେବ ସେ ଫୋନ ମାଧ୍ୟମରେ ଅଭିଭାବକଙ୍କଠାରୁ ଛାତ୍ରୀଛାତ୍ରଙ୍କ ସବୁଶେଷ ବିବରଣୀ ସଂଗ୍ରହ କରି ନାମଲେଖା କାମ କରିବେ । ଯଦି କୌଣସି ଛାତ୍ର ସ୍ଥାନାନ୍ତର ସାର୍ଟିଫିକେଟ (ଟିସି) ଆବଶ୍ୟକ କରୁଥିବ ତେବେ ଯେଉଁ ସ୍କୁଲ ସବୁ ଟିଏମସି, ସ୍ୱାବ ସଂଗ୍ରହ କେନ୍ଦ୍ର ବା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଛି ସେହି ସ୍କୁଲର ନିକଟବର୍ତ୍ତୀ ସ୍କୁଲରୁ ଏସବୁ ସଂଗ୍ରହ କରି ପାରିବେ । ଏଥିସହ କୌଣସି ପିଲାର ନୂତନ ନାମଲେଖା ଥିବ ସେ କ୍ଷେତ୍ରରେ ନାମଲେଖା ପାଇଁ ଅଭିଭାବକଙ୍କୁ ଉପଯୁକ୍ତ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ମାସ୍କ ପରିଧାନ କରି, ହାତକୁ ସାନିଟାଇ କରିବାକୁ ସ୍କୁଲ ତରଫରୁ ସୂଚିତ କରାଯିବ । ନାମଲେଖା ସମୟରେ ସ୍କୁଲରେ ଗହଳି ନ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.