ଢ଼େଙ୍କାନାଳ, ଡୁମାଣୀଖବର ୧୫/୬: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳା ପାଣି ନିକଟସ୍ଥ ରାଇପୁରଠାରେ ଜଣେ ଯୁବକକୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି । କଟକ ମେଡିକାଲରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବେଳେ ମୃତ ଯୁବକଙ୍କ ନିଜ ଗାଁରେ ଉତ୍ତେଜନା ଲାଗି ରହଛି । ଏପରି କି ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯୁବକଙ୍କ ମୃତଦେହ ଢେଙ୍କାନାଳ ଆସିବ ପରେ ମୃତ ଯୁବକଙ୍କ ଗ୍ରାମ ତରଭା ଗ୍ରାମବାସୀ କଳା ପାଣି ଛକଠାରେ ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ରାସ୍ତାରେ ରୋକ କରିଛନ୍ତି ଗ୍ରାମବାସୀୟ ଘଟଣା ସ୍ଥଳରେ ସଦର ଥାନା ପୁଲିସ ଓ ଏସଡ଼ିପିଓ ପୁଲିସ ଫୋର୍ସ ସହ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି । ମିଳିଥିବା ସୂଚନା ମୁତାବକ, ମୃତ ଯୁବକ ତରଭା ଗ୍ରାମର ଚିକୁନ ବିଶ୍ୱାଳ ବୋଲି ଜଣାପଡିଛି । ଗତ କାଲି ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳର କିଛି ଯୁବକଙ୍କ ବଚସା ହୋଇଥିଲା । ଫଳରେ କାଙ୍କଡ଼ପାଳର କିଛି ଯୁବକ ଢେଙ୍କାନାଳ ସହର ବାଜିଚୌକର କିଛି ଯୁବକ ମିଶି ଚିକୁନକୁ ଜବରଦସ୍ତ ବାଇକରେ ନେଇ ରାଇପୁରଠାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ତେବେ ତାଙ୍କ ଅବସ୍ଥା ସଙ୍କଟପତ୍ତ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ପକାଇ ପଳାଇଥିଲେ । ପରେ ଅବସ୍ଥା ସଂଙ୍କଟାପତ୍ତ ହେବାରୁ କଟକ ସ୍ଥାନାନ୍ତରିତ ହୋଇଥିଲେ । ମାତ୍ର ଗତକାଲି ବିଳମ୍ବିତ ରାତିରେ କଟକରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡର ସଠିକ କାରଣ ଜଣ ନପଡିଥିଲେ ମଧ୍ୟ ସଦର ପୁଲିସ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କ ଅଟକ ରଖିଥିଲେ ମଧ୍ୟ ଗିରଫ ନ ଦର୍ଶାଇ ଛାଡି ଦେବାକୁ ମସୁଧା କରୁଛି ବୋଲି ଅଭିଯୋଗ ଉଠାଇଛନ୍ତି ତରଭା ଗ୍ରାମବାସୀ । ଗତ ୨୦୧୭ମ ସିହାରେ ତାରଭାର ବହୁ ଚର୍ଚ୍ଚିତ ସଲମାନ ରାଉତ ହତ୍ୟାଅଭିଯୁକ୍ତ ମାନଙ୍କ ଘରପୋଡି ମାମଲାରେ ଅଭିଯୁକ୍ତ ଭାବେ ଚିକୁନ ଗିରଫ ହୋଇ ଥିଲେ । ତେବେ ଗତ ୫ ମାସ ପୂର୍ବେ ସେ ଜାମିନରେ ଆସିଥିବା ଜଣାପଡିଛି ।