ପାକିସ୍ତାନରେ ଭାରତୀୟ ଦୂତାବାସର ୨ କର୍ମ·ରୀ ନିଖୋଜ

0 59

ନୂଆଦିଲ୍ଲୀ, ୧୫.୦୬ : ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମ·ରୀ ନିଖୋଜ ହୋଇଯାଇଛନ୍ତି । ସିଆଇଏସଏଫ ୨ କର୍ମ·ରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି । ୨ ଘଣ୍ଟାରୁ ଅଧିକ ହେଲାଣି, ସେମାନଙ୍କର କୌଣସି ପତ୍ତା ମିଳୁନାହିଁ । ସକାଳୁ ଉଭୟ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ । ହେଲେ ଆସିବାର ପ୍ରାୟ ୨ ଘଣ୍ଟା ପରେ ସେମାନଙ୍କର ପତ୍ତା ମିଳୁନାହିଁ । ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ନିଖୋଜ ଦୁଇ କର୍ମ·ରୀ ହାଇ କମିଶନରରେ ସିଆଇଏସଏଫ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେମାନେ ଗାଡ଼ି ନେଇ କାମରେ ବାହାରିଥିବା ବେଳେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନଥିବା ଖବର ମିଳିଛି । ଏବେ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଥାଉ କି, କିଛି ଦିନ ତଳେ ପାକିସ୍ତାନର ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍ସ-ଆଇଏସଆଇ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତଙ୍କ ପଛରେ ଗୁପ୍ତଚର ଲଗାଇଥିବା ଦେଖିବାକୁ ମିଳିଥିଲା । ଇସଲମାବାଦ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖିିଥିଲା ଆଏସଆଇ । ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ଆଇଏସଆଇ ଏଜେଣ୍ଟ ଗୁଇନ୍ଦାଗିରି କରୁଥିବା ଏକ ଭିଡିଓରେ ନଜର ଆସିଥିଲେ । ପୂର୍ବରୁ ଅନେକ ଥର ଆଇଏସଆଇର ସନ୍ଦେହଜନକ ଗତିିବଧି ନେଇ ଭାରତ ଅଭିଯୋଗ କରି ଆସିଛି । ଏହାସହ ଭାରତରେ ମଧ୍ୟ ଗୁପ୍ତଚରୀ କରୁଥିବା ଦୁଇ ପାକିସ୍ତାନ ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା ପରେ ଏମାନଙ୍କୁ ପାକିସ୍ତାନ ପଠାଯାଇଥିଲା । ଏହି ଦୁଇ ଘଟଣା ପରେ ଆଜି ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ ଭାରତୀୟ କର୍ମ·ରୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.