ବର୍ଷ ଶେଷ ସୁଦ୍ଧା ଚୀନ ସୀମାରେ ସଡ଼କ ନିର୍ମାଣ କାମ ଶେଷ କରିବ ଭାରତ

0 68

ନୂଆଦିଲ୍ଲୀ, ୧୫.୦୬ : ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ବିସ୍ଫୋରକ ରୂପ ନେଇଛି । ଅନ୍ୟପକ୍ଷେ ଭାରତ ସୀମାରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ବର୍ଡର ରୋଡସ୍ ଅର୍ଗାନାଇଜେସନ୍ ଆଶା ରଖିଛି, ଚଳିତବର୍ଷ ଶେଷ ସୁଦ୍ଧା ୨୫୫ କିମି ଦୀର୍ଘ ଏଇ ସଡକର ନିର୍ମାଣ କାମ ଶେଷ ହେବ ।
ଏଠି କହି ରଖିବୁ, ନିର୍ମାଣ ·ଲିଥିବା ଦାରବୁକ-ଶୌକ-ଦୌଲତବାଗ ଓଲଡି ସଡକରେ ପାଖାପାଖି ୮ଟି ଜଳାଶୟ ନିର୍ମାଣ ହେବ । ଏହି ସଡ଼କ ନିର୍ମାଣ ହେବା ପରେ ଲେହ ଏବଂ ଦୌଲତବାଗ ଓଲଡି ମଧ୍ୟରେ ପାଖାପାଖି ୬ ଘଣ୍ଟାର ଦୂରତ୍ୱ କମିଯିବ ।
ସରକାରୀ ସୂତ୍ରରୁ ପ୍ରକାଶ, ଏହି ୮ଟି ଜଳାଶୟ ସହ ସଡକ ନିର୍ମାଣ କାମ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପତ୍ତ କରିବା ପାଇଁ ଯୋଜନା ·ଲିଛି । ଏଥିପାଇଁ ଲେହେ ୮ଟି ସ୍ଥାନରେ ଝାରଖଣ୍ଡର ଶ୍ରମିକ ପହଞ୍ଚି ଯାଇଛନ୍ତି । ସୂଚନାଥାଉ କି, ପାହାଡ଼ି ଇଲାକାରେ କାମ କରିବା ପାଇଁ ଝାରଖଣ୍ଡ ଶ୍ରମିକଙ୍କୁ କୌଣସି ସମସ୍ୟା ହୋଇ ନ ଥାଏ । ଖୁବ୍ ସହଜରେ ସେମାନେ ଏଇ ପାହାଡି ଇଲାକା ସହ ନିଜକୁ ଖାପ ଖୁଆଇ ନେଇଥାନ୍ତି ।
୨୦୧୪ରୁ ଏହି ସଡକ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଶ୍ୟୋକ ନଦୀ ପାର ହେବା ପରେ ଗ୍ୟେଲବା କ୍ଷେତ୍ରରେ ପାଟ୍ରୋଲିଂ ପଏଣ୍ଟ ୧୪କୁ ସଂଯୋଗ କରୁଥିବା ଜଳାଶୟ ମଧ୍ୟ ଏହି ସଡକରେ ରହିଛି । ଏହି ଘଟଣାକୁ ନେଇ ଭାରତ ଏବଂ ଚୀନ୍ ମଝିରେ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ସହ କିଛି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଚୀନ ସେନା ନିଜର ତୋପଖାନା ଏବଂ ରେଜିମେଣ୍ଟ ସହ ୧୦ ହଜାର ସେନାକୁ ଏଠାରେ ମୁତୟନ କରିଛି । ଏହାପରେ ଭାରତ ଏହାର ମୁକାବିଲା କରିବା ପରି ସୈନିକଙ୍କୁ ଏଠାରେ ମୁତୟନ କରିଛି । ତେବେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ·ଲିଛି ।

Leave A Reply

Your email address will not be published.