ମାଲକାନଗିରିରେ ପୁଣି ୨୧ କୋରନା ଆକ୍ରାନ୍ତ ଚିନ୍ହଟ

0 67

ମାଲକାନଗିରି, ଡୁମାଣୀଖବର: କିଛି ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା କୁ ପୁଣିଥରେ ଛୁଇଁଲା କରୋନା। ରାଜ୍ୟ ସରକାର ଙ୍କ ଟ୍ୱିଟ ଅନୁଯାୟୀ ଆଜି ରାଜ୍ୟ ରେ ମୋଟ ୧୦୮ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୨୧ ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଙ୍କ ଟ୍ୱିଟ ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ତେବେ ସମସ୍ତ ଆକ୍ରାନ୍ତ ସଂଗରୋଧ କେନ୍ଦ୍ର ରେ ରହୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ତନ୍ମଧ୍ୟରୁ ୧୯ ଆକ୍ରାନ୍ତ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ସଂଗରୋଧ କେନ୍ଦ୍ର ର ହୋଇଥିବା ବେଳେ ଆଉ ୨ ଆକ୍ରାନ୍ତ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଏବଂ ପଦ୍ମଗିରି ସଂଗରୋଧ କେନ୍ଦ୍ର ର ତାମିଲନାଡୁ ଓ ଦିଲ୍ଲୀ ଫେରନ୍ତା ପ୍ରବାସୀ ବୋଲି ସୂଚନା ମିଳିଛି । ତାରଲାକୋଟା ସଂଗରୋଧ କେନ୍ଦ୍ର ର ସମସ୍ତ ୧୯ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ନାବାଳକ ଥିବା ସରପଞ୍ଚ ସୋମନାଥ ବାରସେ ସୂଚନା ଦେଇଛନ୍ତି। ତେବେ ତାରଲାକୋଟା ର ୧୯ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୩ ଜଣ ତାମିଲନାଡୁ ଫେରନ୍ତା, ୩ କର୍ଣ୍ଣାଟକ ଫେରନ୍ତା, ୨ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ନାବାଳକ ଜଣକ ଛତିଶଗଡ଼ ଫେରନ୍ତା ବୋଲି ଜଣାପଡିଛି। ଏହାପରେ କୋରୁକୋଣ୍ଡା ବ୍ଲକ ର ତାରଲାକୋଟା ସଂଗରୋଧ କେନ୍ଦ୍ର ଓ ମାଲକାନଗିରି ବ୍ଲକ ର ଗୌଡ଼ଗୁଡା ଓ ପଦ୍ମଗିରି ସଂଗରୋଧ କେନ୍ଦ୍ର ର ୧୦୦ ମିଟର ପରିସର କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସିଲ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସମେତ ଜିଲ୍ଲାରେ ମୋଟ ପୋଜିଟିଭ ସଂଖ୍ୟା ୪୭ କୁ ବୃଦ୍ଧି ପାଇଛି। ତନ୍ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଓ ୨୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.