କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି, ପ୍ରତି ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍

0 70

ଭୁବନେଶ୍ୱର, ୧୭ା୬(ଡିକେ ନ୍ୟୁଜ୍): କୋଭିଡର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଘୋଷଣା କରିଛନ୍ତି । ଏଥିମଧ୍ୟରେ ସହରାଞ୍ଚଳରେ ୱାର୍ଡ କମିଟିଗୁଡ଼ିକ ୱାର୍ଡ ଅଫିସରଙ୍କ ଦ୍ୱାରା ପଚି·ଳିତ ହେବ ଏବଂ ଏଥିରେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବକ ସଦସ୍ୟ ରହିବେ । ସେମାନେ ଘରକୁ ଘର ବୁଲି ଜନସାଧାରଣଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍ ଦେବା ସହିତ ବଡ଼ବଡ଼ ବସ୍ତିଗୁଡ଼ିକରେ କୋଭିଡ କେୟାର ହୋମ୍ ମଧ୍ୟ ସ୍ଥାପନ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ସହିତ ଆମର ଯୁଦ୍ଧ ଏକ ଲମ୍ବା ଲଢେଇ । ଆମେ ସମସ୍ତେ ସଚେତନ ହେଲେ ହିଁ ଏହାକୁ ଦୂରେଇ ଦେଇପାରିବା । କୋଭିଡ଼ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆମେ ଅଭିଯାନ ଆରମ୍ଭ କରିଛୁ । ତା’ସହିତ ଘରକୁ ଘର ବୁଲି ସର୍ଭେ କାମ ଆରମ୍ଭ ହେଉଛି । ଏଥିରେ ଗୁରୁତର ରୋଗୀଙ୍କଠାରୁ ଆରମ୍ଭକରି ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଦେବାର ବ୍ୟବସ୍ଥା କରାଯାଇଛି । ବୟସ୍କ ବ୍ୟକ୍ତି ଓ ୧୦ବର୍ଷରୁ କମ୍ ବୟସର ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ସଚେତନ କରାଯାଉଛି । ଓଡ଼ିଶାବାସୀଙ୍କ ସହଯୋଗୀ ଯୋଗୁ ଆମେ କରୋନା ରୋଗ ନିୟନ୍ତ୍ରଣରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛୁ । ଇତିମଧ୍ୟରେ ଆମ ରାଜ୍ୟରେ ଅନେକ କୋଭିଡ ହସ୍ପିଟାଲ କରାଯିବା ସହ ୧୦ ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ଉପକରଣ ପ୍ରସ୍ତୁତ ରଖାଯାଇଛି । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇଛି । ଏସବୁ ପଦକ୍ଷେପ ଫଳରେ ଆମ ରାଜ୍ୟରେ କରୋନା ଆରୋଗ୍ୟ ହାର ଏବଂ ମୃତ୍ୟୁହାର ଉଭୟରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କଠାରୁ ଭଲ ସ୍ଥିତିରେ ଅଛି । କରୋନା ମୁକାବିଲାର ନୂତନ ରଣକୌଶଳର ଅଂଶସ୍ୱରୂପ ଆମେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଫାସିଲିଟି କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ହଜାର ଲୋକଙ୍କର ରହିବା ପାଇଁ ବ୍ୟବସ୍ଥା କରିପାରିବ । ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ୍ ନିଆନଯାଇ ପ୍ରଥମେ କୋଭିଡ କେୟାର ହୋମକୁ ଅଣାଯିବ । ଟେଷ୍ଟିଂ ପରେ ଯଦି କୋଭିଡ ପଜିଟିଭ୍ ଆସେ ତେବେ ଯାଇ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବ । ଅନ୍ୟଥା ସେ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କୋଭିଡ ପରି·ଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । ଏହି କୋଭିଡ ପରି·ଳନା କମିଟିରେ ୱାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନ୍ଏମ୍ ଏବଂ ଏସ୍ଏଚ୍ଜିର ମା’ମାନେ ସଦସ୍ୟ ରହିବେ । ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ ପରି·ଳନା କମିଟିର ଦାୟିତ୍ୱ ନିର୍ବାହ କରିବେ । ପ୍ରତି କମିଟିକୁ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । କୋଭିଡ କେୟାର ହୋମ୍ ଓ ଟିଏମସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ ଏବଂ ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ ।

Leave A Reply

Your email address will not be published.