ସାମସଙ୍ଗ ପକ୍ଷରୁ ଭାରତରେ ଗ୍ୟାଲେକ୍ସି ଏ୨୧ଏସର ଶୁଭାରମ୍ଭ

0 68

ଭୁବନେଶ୍ୱର – ଭାରତର ସବୁଠାରୁ ଅଧିକ ବିଶ୍ୱସ୍ତ ସ୍ମାର୍ଟଫୋନ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ଚଳିତ ବର୍ଷର ଏହାର ସବୁଠାରୁ ଅଧିକ ସୁଲଭ ସ୍ମାର୍ଟଫୋନ, ଗ୍ୟାଲେକ୍ସି ଏ୨୧ଏସର ଶୁଭାରମ୍ଭ କରାଯାଇଛି । ପ୍ରତ୍ୟେକଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ଅଭିନବତା ଏବଂ ଏକ ଅଦ୍ଭୁତପୂର୍ବ ମୋବାଇଲ ଅଭିଜ୍ଞତା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଗ୍ୟାଲେକ୍ସି ଏ୨୧ଏସ ବିକଶିତ ଫିଚର ଯଥା ୪୮ଏମପି କ୍ୱାଡ କ୍ୟାମେରା, ଏକ ୬.୫ ଇନଫିନଟ-ଓ ଡିସପ୍ଲେ ଏବଂ ୧୫ ୱାଟ ଦ୍ରୁତ ଚାର୍ଜିଙ୍ଗ ସହିତ ଏକ ୫୦୦୦ ଦୀର୍ଘସ୍ଥାୟୀ ବ୍ୟାଟେରୀ ସହିତ ଏକ ସୁଲଭ ମୂଲ୍ୟରେ ଆସିଛି । ଗ୍ୟାଲେକ୍ସି ଏ୨୧ଏସ ସାମସଙ୍ଗର ବିଶ୍ୱାସ ଏବଂ ଗୁଣବତାର ପ୍ରତିଶ୍ରୁତି ସହିତ ଏକ ଆକର୍ଷଣୀୟ ମୂଲ୍ୟରେ ଆସିଛି । “ସାମସଙ୍ଗ ନିଜର ସମସ୍ତ ଗ୍ରାହକମାନଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ଅଭିନବତା ନେଇ ଆସିବା ଉପରେ ଧ୍ୟାନଦେଇଥାଏ । ସାମସଙ୍ଗ ଗ୍ୟାଲେକ୍ସି ଏ୨୧ଏସ ଆମର ସିଗନେଚର ଡିଫେନ୍ସ -ଗ୍ରେଡ ସାମସଙ୍ଗ ନକ୍ସ ସୁରକ୍ଷା ପ୍ଲାଟଫର୍ମ ସହିତ ଆସିଛି, ଯାହାକି ଉଭୋକ୍ତାମାନଙ୍କର ତଥ୍ୟର ସୁରକ୍ଷା ଓ ନିରାପତା ସୁନିଶ୍ଚିତ କରିଥାଏ ବୋଲି ଆଦିତ୍ୟ ବାବର, ନିର୍ଦ୍ଦେଶକ, ମୋବାଇଲ ବିଜନେସ, ସାମସଙ୍ଗ ଇଣ୍ଡିଆ କହିଛନ୍ତି । ସେହିଭଳି ଆପଣଙ୍କ ଡାଟାକୁ ସୁରକ୍ଷା ଦେବା ପାଇଁ ଗ୍ୟାଲେକ୍ସି ଏ୨୧ଏସ ଡିଫେନ୍ସ-ଗ୍ରେଡ ପ୍ଲାଟଫର୍ମ ସାମସଙ୍ଗ ନକ୍ସ ସହିତ ଆସିଛି । ଗ୍ୟାଲେକ୍ସି ଗ୍ୟାଲେକ୍ସି ଏ୨୧ଏସ ଏକ ୧୫ ୱାଟ ଦ୍ରୁତ ଚାର୍ଜିଙ୍ଗ ସହିତ ଏକ ୫୦୦୦ମେଗାହର୍ଜ ଦୀର୍ଘସ୍ଥାୟୀ ବ୍ୟାଟେରୀ ସହିତ ଆସିଛି ଯାହା ଭିଡିଓ ପ୍ଲେବ୍ୟାକ ଟାଇମର ୨୧ ଘଂଟା ପର୍ଯ୍ୟନ୍ତ ଚାଲିଥାଏ । ଏହା ବ୍ୟତୀତ ଗ୍ୟାଲେକ୍ସି ଏ୨୧ଏସ ଏଆଇ ସମର୍ଥିତ ଗେମ ବୁଷ୍ଟର ୨.୦ ସମର୍ଥିତ ଲେଟଷ୍ଟ ଏକ୍ସିନୋସ ୮୫୦ ଚିପସେଟ, ୬୪ଜିବି ଇଂଟରନାଲ ଷ୍ଟୋରେଜ ଏବଂ ୫୧୨ଜିବି ପର୍ଯ୍ୟ” ଏକ ସଂପ୍ରସାରଣ ଯୋଗ୍ୟ ମେମୋରୀ ଆଦି ଆହୁରି ଅନେକ ଫିଚର ସହିତ ଆସିଛି । ଗ୍ୟାଲେକ୍ସି ଏ୨୧ଏସ ବ୍ଲାକ, ହ୍ୱାଇଟ ଏବଂ ବ୍ଲୁ ରଙ୍ଗରେ ସମସ୍ତ ରିଟେଲ ଷ୍ଟୋର, ସାମସଙ୍ଗ ଅପେରା ହାଉସ, ସାମସଙ୍ଗ.କମ ଏବଂ ଅଗ୍ରଣୀ ଅନ୍ଲାଇନ୍ ପୋର୍ଟାଲ ଗୁଡ଼ିକରେ ଉପଲବ୍ଧ ହୋଇଯାଇଛି । ଗ୍ୟାଲେକ୍ସି ଏ୨୧ଏସ ୪/୬୪ଜିବି ଏବଂ ୬/୪୪ଜିବି ଭାରିଆଂଟରେ ଯଥାକ୍ରମେ ୧୬,୯୯୯ ଟଙ୍କା ଏବଂ ୧୮,୯୯୯ଟଙ୍କାରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.