ନୂଆ ଟ୍ୟାଲେଣ୍ଟକୁ ସହ୍ୟ କରିପାରନ୍ତିନି କିଛି ସୁପରଷ୍ଟାର : ସାହିଲ୍ ଖାନ୍

0 69

ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ର କିଛି ନିରାଟ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାୟାନଗରୀ ମୁମ୍ବାଇରେ କି କି ରହସ୍ୟ ରହିଛି ତାହା ଧିରେ ଧିରେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି । ତମାମ ବଲିଉଡ୍ ଷ୍ଟାରମାନେ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ବଲିଉଡ୍ରେ ଚାଲିଥିବା ଅନ୍ୟାୟ ଓ ଅତ୍ୟାଚାର ବିଷୟରେ ବଖାଣିଛନ୍ତି । ଷ୍ଟାଇଲିଷ୍ଟ ହିରୋ ସାହିଲ୍ ଖାନ୍ ବି ଏକ ପୋଷ୍ଟ କରି ନିଜ କାହାଣୀକୁ ସେୟାର କରିଛନ୍ତି । ସେ ଏକ ଫଟୋ ପୋଷ୍ଟ କରି ସଲମାନ୍ ଓ ଶାହାରୁଖ୍ଙ୍କ ଅପ୍ରତ୍ୟକ୍ଷ ଦୋଷୀ ଭାବେ ଦର୍ଶାଇଛନ୍ତି । ସେ ଏକ ଷ୍ଟାରଡମ୍ ମାଗାଜିନ୍ର କଭର ପେଜ୍ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଏକ ଫଟୋ ଶାହାରୁଖ୍ ଓ ସଲମାନ୍ଙ୍କ ସହ ଛପାହୋଇଛି । ତାଙ୍କ ଫଟୋ ତଳେ ଲେଖାହୋଇଛି କି ସହରରେ ଏକ ନୂଆ ଖାନ୍ଙ୍କ ଆବିର୍ଭାବ ହୋଇଛି । ଏହି କଭରପେଜ୍ ସେୟାର କରି ସାହିଲ୍ ଲେଖିଛନ୍ତି ବହୁତ କମ୍ ଲୋକଙ୍କ ସହ ଜୀବନରେ ଏଭଳି କିଛି ଘଟିଥାଏ ଯାହାକି ପ୍ରଥମ ଫିଲ୍ମର ଷ୍ଟାଇଲ୍ ପରେ ଇଣ୍ଡିଆର ଟପ୍ ଫିଲ୍ମ ମାଗାଜିନ୍ର କଭର ପେଜ୍ରେ ସ୍ଥାନ ମିଳିଥାଏ । ତାହା ପୁଣି ଦୁଇ ବଡ଼ ବଡ଼ ସୁପରଷ୍ଟାରଙ୍କ ସହ । କିନ୍ତୁ ସେଥିମଧ୍ୟରୁ ଜଣେ ସୁପରଷ୍ଟାରଙ୍କୁ ଏହି ଖବରପେଜ୍ ବହୁତ ଖରାପ ଲାଗିଥିଲା । କାରଣ ମୁଁ ଇଣ୍ଡଷ୍ଟ୍ରିରେ ନୂଆ ଥିଲି, ତାଙ୍କର ଫ୍ୟାନ୍ ଥିଲି ଓ ଆର୍ଥିକ ଦୃଷ୍ଟିରୁ ଖୁବ୍ କମ୍ଜୋର୍ ବି ଥିଲି । ଏହାପରେ ସାହିଲ ଲେଖିଛନ୍ତି କି ଏହାପରେ ମୋତେ ସାଇଡ୍ ରୋଲ୍ ପାଇଁ ଡକାଯାଇଥିଲା । ତା’ର କିଛିଦିନ ପରେ ମୋତେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାଦ୍ ଦିଆଯାଇଥିଲା । ସେହି ସୁପରଷ୍ଟାରଙ୍କ ନାମ ନକହି ସେ କେବଳ ଏତିକି କହିଛନ୍ତି କି ନାମ ତ ବଡ଼ କିନ୍ତୁ କାର୍ଯ୍ୟଧାରା ଅତି ଛୋଟ । ସୁଶାନ୍ତ ସିଂ ରାଜପୁତ୍ ସେହି ବ୍ୟକ୍ତିଙ୍କ ଅସଲି ମୁଖା ଖୋଲିଦେଇଛନ୍ତି । ଦୁନିଆର ସେହି ବ୍ୟକ୍ତିମାନେ ନୂଆ ନୂଆ ଟ୍ୟାଲେଣ୍ଟକୁ କେତେ ଭୟଭୀତ କରନ୍ତି ତାହା ଆଉ କାହାରିକୁ ଅଛପା ନାହିଁ । ଦୀର୍ଘ ୨୦ ବର୍ଷ ମଧ୍ୟରେ କେବଳ ଜନ ଆବ୍ରାହମ୍ଙ୍କ ବ୍ୟତୀତ ଅନ୍ୟ କୌଣସି ଷ୍ଟାର ଇଣ୍ଡଷ୍ଟ୍ରିରେ ନାମ କମାଇ ପାରିନାହାନ୍ତି କାରଣ ସେମାନଙ୍କୁ କେହି ଆସିବାକୁ ଦିଅନ୍ତି ନାହିଁ ।

Leave A Reply

Your email address will not be published.