ସୁଶାନ୍ତଙ୍କ ସୁଇସାଇଡ୍ ଏକ ସୁଚିନ୍ତିତ ଯୋଜନାବଦ୍ଧ : କଙ୍ଗନା

0 89

ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ୍ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନେପ୍ଟୋଜିମ୍କୁ ନେଇ ନୂଆ ବିବାଦ ଦେଖାଦେଇଛି । ସୁଶାନ୍ତଙ୍କ ସୁଇସାଇଡ୍କୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଇଣ୍ଡଷ୍ଟ୍ରିରେ କିଛି ଲୋକଙ୍କୁ ଦାୟୀ କରିଛନ୍ତି । କଙ୍ଗନା ଏକ ଭିଡିଓ ସେୟାର କରି ସୁଶାନ୍ତଙ୍କ ସୁଇସାଇଡ୍ ଏକ ସୁଚିନ୍ତିତ ଯୋଜନାବଦ୍ଧ ଥିଲା । କଙ୍ଗନାଙ୍କ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି । କିନ୍ତୁ କିଛି ରିପୋଟର୍ସ କଙ୍ଗନାଙ୍କ ଏହି ଭିଡିଓକୁ କେବଳ ପବ୍ଲିସିଟି ଷ୍ଟଣ୍ଟ ବୋଲି ଆଖ୍ୟା ଦେଇଛନ୍ତି । ସେମାନଙ୍କ ମତରେ କଙ୍ଗନା କେବଳ ନିଜ ଫଲୋଅର୍ସ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏଭଳି ପୋଷ୍ଟ କରିଛନ୍ତି । ଏଭଳି ଖବର ଉପରେ କଙ୍ଗନା ରଣାୱତ୍ଙ୍କ ଟିମ୍ ପ୍ରତିକ୍ରିୟା ଦେଇଛି । କଙ୍ଗନାଙ୍କ ଟିମ୍ ଟ୍ୱିଟରରେ ଉକ୍ତ ରିପୋଟର୍ସଙ୍କୁ ଟାର୍ଗେଟ୍ କରି ଲେଖିଛନ୍ତି କି ଯଦି କଙ୍ଗନା ନିଜ ଫଲୋଅର୍ସ ସଂଖ୍ୟା ବଢ଼ାଇବାକୁ ଚାହିଁଥାନ୍ତେ ତେବେ ନିଜର ଆକାଉଣ୍ଟ ଖୋଲିଥାନ୍ତେ । କିନ୍ତୁ କଙ୍ଗନା ସୋସିଆଲ୍ ମିଡିଆରେ ନରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ଏବେ ସେ ବଲିଉଡ୍ର ଜଣେ ସଫଳ ଅଭିନେତ୍ରୀ । ତାଙ୍କର ଫ୍ୟାନ୍ ଫଲୋଇଂ କ୍ିଛି କମ୍ ନୁହେଁ ।

Leave A Reply

Your email address will not be published.