ତେଜିଲା ଚୀନ୍ ବିରୋଧୀ ସ୍ୱର

0 75

ରାଜକୋଟ : ଲଦାଖର ଗଲୱାନ ଘାଟିରେ ୨୦ଜଣ ଭାରତୀୟ ଯବାନଙ୍କ ସହିଦ ହେବା ପରେ ସାରା ଦେଶ ଏବେ କ୍ରୋଧରେ ଜର୍ଜରିତ । ଚୀନ୍ ବିରୋଧରେ ଆକ୍ରୋଶ ସାରା ଦେଶରେ ଦେଖିବାକୁ ମିଳୁଛି । ଏଥିସହ ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ସବୁଠି ଆହ୍ୱାନ ଦିଆଯାଉଛି । ଏହି କ୍ରମରେ ଗୁଜରାଟ ରାଜକୋଟର ଜଣେ ମେଡିକାଲ ଷ୍ଟୋର ମାଲିକ ଏମ୍ଜି ହେକ୍ଟର କାର୍ ବୁକିଂକୁ କ୍ୟାନ୍ସେଲ୍ କରିଦେଇଛନ୍ତି । ମେଡିକାଲ ଷ୍ଟୋର ମାଲିକ ମୟୂରସିଂ ଜାଲା ଚାଇନିଜ୍ ପ୍ରଡକ୍ଟ ବହିଷ୍କାର କରି କାର୍ ନେନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ୫୧ ହଜାର ଟଙ୍କା ଦେଇ କାର୍ ବୁକିଂ କରିଥିଲେ । କିନ୍ତୁ ଚୀନ୍ର ଧୋକାବାଜି ଯୋଗୁଁ ୨୦ଜଣ ଭାରତୀୟ ଯବାନଙ୍କ ସହିଦକୁ ନେଇ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏବେ ସେ କମ୍ପାନୀ ଠାରୁ ବୁକିଂ ପାଇଁ ଦେଇଥିବା ଅର୍ଥ ମାଗିଥିବା ଜଣାଯାଇଛି । ବର୍ତ୍ତମାନ ଚୀନ୍ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ସେନାର ପୂର୍ବ ଅଧିକାରୀ ଓ ସ୍ୱଦେଶୀ ଜାଗରଣ ମଞ୍ଚର ସଦସ୍ୟ ବୁଧବାର ଚୀନ୍ ସ୍ଥିତ ଦୂତାବାସ ବାହାରେ ପ୍ରଦର୍ଶନ କରିଥିଲେ । ସହିଦ ୱେଲଫେୟାର ଫାଉଣ୍ଡେସନ୍ର ପ୍ରତିନିଧିତ୍ୱ ଏହି ବିକ୍ଷୋଭ କରାଯାଇଥିଲା । ପରେ ସ୍ୱଦେଶୀ ଜାଗରଣ ମଞ୍ଚ ଏଥିରେ ସାମିଲ ହୋଇଥିଲେ । ସେହିପରି ଉତ୍ତର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବୁଧବାର ହଜାର ହଜାର ଲୋକ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଦେଇଥିବା ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.