ହାଇ ଆର୍ଲଟରେ ତିନି ସେନା

0 81

ନୂଆଦିଲ୍ଲୀ ଲଦାଖରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଭାରତୀୟ ନୌସେନା, ସ୍ଥଳ ସେନା ଏବଂ ବାୟୁସେନା ସମ୍ପୂର୍ଣ୍ଣ ଭାବରେ ସତର୍କ ରହିଛି । ତିନି ସେନାକୁ ଆର୍ଲଟରେ ରଖିବାକୁ ନିଷ୍ପତ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସେନା ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଆଯାଇଛି । ୩୫୦୦ କିଲୋମିଟର ବ୍ୟାପୀ ଚୀନ୍ ସୀମାକୁ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି । ଏହି ତିନି ବାହିନୀକୁ ହାଇଆର୍ଲଟରେ ରଖାଯାଇଛି । ଚୀନ୍ ନୌ ସେନାକୁ ଦୃଢ ଜବାବ ଦେବାପାଇଁ ପାଇଁ ଭାରତୀୟ ନୌ ସେନା ମଧ୍ୟ ଭାରତ ମହାସାଗରରେ ଏହାର ନିୟୋଜନ ବୃଦ୍ଧି କରୁଛି । ଏହା ସହ ସେନା ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଖଇଉ) ସହିତ ଏହାର ସମସ୍ତ ପ୍ରମୁଖ ଫ୍ରଣ୍ଟ୍ ଲାଇନ୍ ବେସକୁ ଅତିରିକ୍ତ ସୈନ୍ୟ ପଠାଇ ସାରିଛି ୟ ବାୟୁସେନା ଏହାର ସମସ୍ତ ଫରୱାର୍ଡ ଲାଇନ୍ ବେସରେ ଖଇଉ ଏବଂ ସୀମାନ୍ତ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଆଲର୍ଟ ସ୍ତରକୁ ବୃଦ୍ଧି କରିସାରିଛି । ସୂଚନାଯୋଗ୍ୟ, ସୋମବାର ରାତିରେ ଗାଲଭାନ୍ ଭ୍ୟାଲିରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଭାରତୀୟ ସୈନିକମାନଙ୍କର ଏକ ଦଳ ଚୀନ୍ ସୈନିକମାନଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ, କିନ୍ତୁ ଚୀନ୍ ସୈନିକମାନେ ହଠାତ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ସୈନିକ ଶହୀଦ ହୋଇଥିବାବେଳେ ଚୀନ୍ ସେନାର ୩୫ ରୁ ୪୦ ସୈନିକଙ୍କୁ ନିହତ କରାଯାଇଛି । ଏକ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ୍ ଏହି ଆକ୍ରମଣ କରିବା ନେଇ ପୂର୍ବରୁ ଯୋଜନା କରିସାରିଥିଲା । ଯେଉଁଠାରେ ସେମାନେ ପଥର, ଲୁହା ରଡ ଏବଂ କଣ୍ଟାଯୁକ୍ତ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ । କେବଳ ଏତିକି ନୁହେଁ ଭାରତୀୟ ସେନାର ପ୍ରତିଆକ୍ରମଣରୁ ବର୍ତ୍ତିବା ପାଇଁ ମଧ୍ୟ ଚୀନ ସେନା ସମସ୍ତ ପ୍ରସ୍ତୁତି କରିଥିଲା । ଡ୍ରୋନ୍ ସହିତ ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ଚୀନ୍ ସେନା ନଜର ରଖିଥିଲା, କିନ୍ତୁ ଭାରତର ସେନା ଯବାନଙ୍କ ସହିତ ସଂଘର୍ଷ କରିବା ମହଙ୍ଗା ପଡିଥିଲା । ଏହି ରକ୍ତାକ୍ତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସୀମାରେ କୌଣସି ପ୍ରକାର ଦୋଷ କ୍ଷମା କରାଯିବ ନାହିଁ । ସୀମାରେ ଚୀନ୍ର ଷଡଯନ୍ତ୍ର ଏବେ ତାକୁ ମହଙ୍ଗା ହେବାକୁ ଯାଉଛି । ଏହା ମଧ୍ୟରେ ଗାଲଭାନ ଉପତ୍ୟକା ଉପରେ ଉତ୍ତେଜନାକୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ·ଲିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ, ଯେଉଁଠାରେ ଲଦାଖର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏଥିସହିତ ସରକାରଙ୍କ ପକ୍ଷରୁ ଆସନ୍ତା ୧୯ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ।

Leave A Reply

Your email address will not be published.