ସଶକ୍ତ ଭାରତୀୟ ସେନା : ପାକିସ୍ତାନୀ ଡ୍ରୋନ୍କୁ ଗୁଳିକରି ଖସାଇଲେ, ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍ ଉଦ୍ଧାର

0 71

ଶ୍ରୀନଗର: ବର୍ତ୍ତମାନ ସ୍ଥିତିରେ ଭାରତୀୟ ସୁରକ୍ଷା ବାହିନୀ ସଂପୂର୍ଣ୍ଣ ଜାଗତୟାର ରହିଥିବା ଜଣାଯାଇଛି । ସେ ସ୍ଥଳସେନା ହେଉ ଅବା ବାୟୁସେନା ଅଥବା ଜଳସେନା ସବୁଠି ଭାରତୀୟ ସୁରକ୍ଷା ବାହିନୀ ସୀମାକୁ ଜଗି ରହିଛନ୍ତି । ବର୍ତ୍ତମାନ ଭାରତରେ ଆକ୍ରମଣ କରିବା ପାଇଁ ଚୀନ୍ ପାକିସ୍ତାନ ଓ ନେପାଳକୁ ଯେଭଳି ଉସୁକାଉଛି ତାହା ଦେଖିବା ପରେ ଭାରତ ଏହି ତିନିଦେଶକୁ କିଭଳି ଉଚିତ୍ ଜବାବ ଦେବ ସେଥିପାଇଁ ନିଜକୁ ବେଶ୍ ସଶକ୍ତ କରିଦେଇଛି । ଶନିବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଠାରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଇଛନ୍ତି । ଫଳରେ ସୀମା ଏପାଖରେ ଡ୍ରୋନ୍ ଦ୍ୱାରା ଅସ୍ତ୍ରଶସ୍ତ୍ର ପକାଇବା ନିମନ୍ତେ ପାକିସ୍ତାନୀ ଏଜେନ୍ସିଙ୍କ ଉଦ୍ୟମ ଭଣ୍ଡୁର ହୋଇଯାଇଛି । ସୂଚନା ଅନୁସାରେ, କଠଆ ଜିଲ୍ଲାର ହୀରାନଗର ତାଲୁକ ଅନ୍ତର୍ଗତ ରାଠୁଆ ଗାଁରେ ଥିବା ଫୱର୍ାର୍ଡ ପୋଷ୍ଟରେ ଏହି ଡ୍ରୋନଟିକୁ ଗୁଳି ମାରି ଖସାଯାଇଛି । ହୀରାନଗର ସେକ୍ଟର୍ର ରାଠୁଆ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନଟିଏ ଉଡୁଥିବା କଥା ବିଏସ୍ଏଫ୍ର ୧୯ ବାଟାଲିୟାନ୍ ଦେଖି ଆଠ ରାଉଣ୍ଡ୍ ଗୁଳି ଚଳାଇଥିଲେ । ସେଥିରୁ ବିଏସ୍ଏଫ୍ ଟିମ୍ ଗୋଟିଏ ଆମେରିକା ର୍ନିମିତ ଏମ୍-୪ ରାଇଫଲ୍, ଦୁଇଟି ମାଗାଜିନ୍, ୬୦ ରାଉଣ୍ଡ୍ ଗୁଳି ଏବଂ ୭ଟି ଗ୍ରେନେଡ୍ ଉଦ୍ଧାର କରିଛନ୍ତି । ବିଏସ୍ଏଫର ପାନସର ବର୍ଡର ଆଉଟ୍ପୋଷ୍ଟ୍ ପାଖରେ ଆଜି ଭୋର୍ ପ୍ରାୟ ୫: ୧୦ରେ ଏହି ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍ଟି ଉଡ଼ିବାର ଦେଖାଯାଇଥିଲା ।

Leave A Reply

Your email address will not be published.