ହାଇସ୍କୁଲ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଅବିଭାବକଙ୍କ ଦାବି

0 74

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ତରଡିପାଳ ନୋଡାଲ ହାଇସ୍କୁଲର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହିତ ଅବିଭାବକ ମାନେ ଆଲୋଚନା କରିଥିବାର ଜଣା ପଡିଛି । ଶ୍ରେଣୀ ଗୃହ ଅଭାବରୁ ହାଇସ୍କୁଲ ପରିସର ରେ ନୂତନ ଭାବେ ନିର୍ମିତ ୬ ଗୋଟି ଶ୍ରେଣୀଗୃହକୁ ବିଦ୍ୟୁତ୍ ସଂଯୋଗ କରିବା ଏବଂ ଏହି ଶ୍ରେଣୀ ଗୃହକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ବିରାଟ ଗର୍ତ ଥିବାରୁ ଆର ପାଶ୍ୱର୍କୁ ଯାତାୟତ କରିବା ପାଇଁ ଛାତ୍ରାଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ସମ୍ଭବ ପର ହୋଇପାରୁ ନାହିଁ । ଉକ୍ତ ଗର୍ତକୁ ପୂରଣ କରିବା , ଏହି ହାଇସ୍କୁଲରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ହାଇସ୍କୁଲରେ କଳା ଓ ସଂସ୍କୃତ ଶିକ୍ଷକ, ଖେଳ ଶିକ୍ଷକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ର ଅଭାବ ରହିଛି । ଦୀର୍ଘ ବର୍ଷ ହେଲା ଏହି ହାଇସ୍କୁଲରେ ପାନୀୟ ଜଳ ଓ ଶୋ÷÷ଚାଳୟର ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାର ସମାଧାନ କରିବା ପାଇଁ ପୂର୍ବତନ ସରପଂଚ ନୃସିଂହ ବିଶ୍ୱାଳ, ଅଜୟ କୁମାର ବିଶ୍ୱାଳ, ପୂର୍ବତନ ପିଏ ଏସ ମେମ୍ବର ଦେବେନ୍ଦ୍ର ବିଶ୍ୱାଳ, ଏବଂ ଗୋଲେଖ ବେହେରା ପ୍ରମୂଖ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.