ଏମଏସଏମଇ କ୍ଷେତ୍ର ପାଇଁ ଆର୍ଥିକ ପ୍ରୋତ୍ସାହନ,ଅବସ୍ଥା ସ୍ୱାଭାବିକ ଦିଗରେ ବଳିଷ୍ଠ ପଦକ୍ଷେପ

0 73

ଭୁବନେଶ୍ୱର : ସଂପ୍ରତି କରୋନାରେ ବିପର୍ଯ୍ୟନ୍ତ ହୋଇ ପଡ଼ିଥିବା ଅର୍ଥ ବ୍ୟବସ୍ଥା କ୍ରମେ ସୁଧୁରିବାରେ ଲାଗିଛି । ବିଶେଷ ଭାବେ ଗ୍ରାମୀଣ ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଆସୁଥବବା ଲକ୍ଷ୍ୟ କରାଯାଉଛି, ଯାହା ଏକ ଶୁଭ ସଂକେତ ବୋଲି ଏମଏସଏମଇ ମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଏମଏସଏମଇ ଅର୍ଥ ବିଭାଗ ଓ ଭାରତ୍ରୀ ଚାମ୍ବର୍ସ ଅଫ କମର୍ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ୱେବ୍ କନଫରେନ୍ସରେ ସେ ଏହା ପ୍ରକାଶ କରିଛନ୍ତି । ଲୋକଙ୍କ ମଧ୍ୟରେ ଆର୍ଥିକ କାରବାର ବୃଦ୍ଧି ହେବାହିଁ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ । ଲୋକେ ଚାହିଦା ସୃଷ୍ଟି ପାଇଁ ଅର୍ଥ ବିନିଯୋଗ କରିବା ଆବଶ୍ୟକ ଏହା ଦ୍ୱାରା ହିଁ ଅର୍ଥ ବ୍ୟବସ୍ଥାର ପୁନଃ ଉଦ୍ଧାର ହୋଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ରାଜ୍ୟର ଆର୍ଥିକ ବ୍ୟବସ୍ଥା ଉପରେ ମତରଖି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ. ମୀନା କହିନ୍ତି ଯେ, ଚଳିତ ବର୍ଷ ୯୦ ହଜାର କୋଟି ମଧ୍ୟରୁ ଏମଏସଏମଇ କ୍ଷେତ୍ର ପାଇଁ ୩୮ ହଜାର କୋଟି ପ୍ରାବଧାନ କରାଯାଇଛି । ତତ୍ ବ୍ୟତୀତ ସରକାରଙ୍କଠାରୁ ଯାହା ପ୍ରାପ୍ୟ ତାହାକୁ ତୁରନ୍ତ ଏମଏସଏମଇକୁ ପଇଠ କରାଯିବାକୁ ନେଇ ରୀତିମତ ଭାବେ ମନିଟରିଂ କରାଯାଉଛି । ଏଥିପାଇଁ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ଦୁଃସ୍ଥିତିରେ ଥବବା ଏମଏସଏମଇ ସେକ୍ଟରକୁ ସହଯୋଗ କରିବାକୁ ଉପାୟମାନ ବାହାର କରାଯାଉଛି । ସେ ମଧ୍ୟ କେନ୍ଦ୍ର ସରକାରଙ୍କ ଗୋଟିଏ ରାଷ୍ଟ୍ର ଗୋଟିଏ ବଜାର ସଂକଳ୍ପକୁ ସଫଳ କରିବାକୁ ଏମଏସଏମଇ ଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ଜିଇଏମର ଫାଇଦା ଉଠାଇଥବାକୁ କହିଥିଲେ । ଅନ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରୁ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସର ସଭ୍ୟ ମାତୃଦତ ମିଶ୍ର କହିଥିଲେ ଯେ, ଅର୍ଥ ଦେଣନେଣ ବ୍ୟବସ୍ଥା ବର୍ତମାନର ଆବଶ୍ୟକତା । ସେ ବ୍ୟାଙ୍କର୍ସ ମାନଙ୍କ ଉଦ୍ଦେଶଁରେ କହିଥିଲେ କୋଭିଡ଼ ଓ ଜୁରୀ ଋଣ ନିଶ୍ଚିତ ଯୋଜନାରେ ଋଣ ପାଇଁ ଆବେଦନକୁ ସେହିଦିନ ହିଁ ଅନ୍ତତଃ ୩୦-୪୦% ଋଣ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ ।
ଏହି ଅବସରରେ ଏମଏସଏମଇ ପାଇଁ ରହିଥିବା କେତେ ସ୍କିମ୍ ଉପରେ ଆଲୋକପାତ କରାଯାଇଥିଲା । ଏହି ୱେବ୍ କନଫରେନ୍ସକୁ ଭାରତୀୟ ଚାମ୍ବର୍ସ ଅଫ କମର୍ସର ଓଡ଼ିଶା ବିତ ଓ ଟିକସ କମିଟିର ଆବାହକ ରାଜୀବ ଶେଖର ସାହୁ ପରିଚାଳନା କରିଥିବା ବେଳେ ସିଡ଼ବି, ହାଇଦ୍ରାବାଦର ସାଧାରଣ ପରିଚାଳକ ସଂଜୟ ଜୈନ, ଆଇସିଆଇସିଆର ବ୍ୟାଙ୍କର ଜୋନାଲ ମୁଖ୍ୟ ପ୍ରଦୋଷ ରଂଜନ ରାଉତ, ଆଇସିସିର ପରାମର୍ଶ କମିଟିର ସଦସ୍ୟ ରାଜେନ୍ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ମତ ରଖିଥିଲେ ।

Leave A Reply

Your email address will not be published.